ବିମାନ ଯାତ୍ରୀ ଙ୍କ ପାଇଁ ହଟିଲା କରୋନା କଟକଣା

ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏଣିକି ଓଡ଼ିଶା ମାଟିରେ ପାଦ ଦେବା ପୂର୍ବରୁ ଆଉ କୌଣସି କଟକଣାର ସମ୍ମୁଖିନ ହେବାକୁ ପଡ଼ିବନି। କରୋନା କୋପ କମିଥିବାରୁ ସମସ୍ତ କଟକଣାକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର।
ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ ରିପୋର୍ଟ(ଆଣ୍ଟିଜେନ୍‌/ RTPCR ନେଗେଟିଭ ରିପୋର୍ଟ) କିମ୍ବା କରୋନା ଟିକାର ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର ଦେବା ଆବଶ୍ୟକ ନାହିଁ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

Comments (0)
Add Comment