ଭାରତ-ଚାଇନା ମଧ୍ୟରେ ହେବ କୋର କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ସମାଧାନ ପାଇଁ ରାଜି ହୋଇଛନ୍ତି ଭାରତ ଏବଂ ଚାଇନା। ଅଗଷ୍ଟ ୧୪ ରବିବାର, ଭାରତ ଏବଂ ଚାଇନା ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା ହେବ। କୋର କମାଣ୍ଡରସ୍ତରୀୟ ବୈଠକର ଏହା ହେଉଛି ୧୯ତମ ରାଉଣ୍ଡ। ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସ୍ଥିର ହୋଇଛି।