କୋର୍ବେଭାକ୍ସ ଟିକାକୁ ଅନୁମତି : ୧୨-୧୮ ବର୍ଷ ପିଲାଙ୍କଠାରେ ହେବ ଟୀକାକରଣ

କରୋନା ଟିକାକର କୁ ନେଇ ଆଉ ପାଦେ ଆଗେଲା ଭାରତ I ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DGCI) ଭାରତର ବାୟୋଲୋଜିକାଲ୍-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ (Corbevax)କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଦେଇଛି। ଏହି ଭ୍ୟାକସିନ୍ ୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ।
ପୂର୍ବରୁ ଭାରତ ସରକାର କୋର୍ବେଭାକ୍ସକୁ ଅନୁମତି ଦେଇଥିଲେ । କିନ୍ତୁ ସୋମବାର ଏହାକୁ ଡିସିଜିଆଇ ଅନ୍ତିମ ମଞ୍ଜୁରୀ ଦେଇଛନ୍ତି । ଶୁଳ୍କକୁ ହଟେଇ ଭ୍ୟାକ୍ସିସନର ମୁଲ୍ୟ ପ୍ରାୟ ୧୪୫ ଟଙ୍କା ହେବ ବୋଲି ଜଣାପଡିଛି । ଭାରତରେ ନିର୍ମିତ ଏହା ତୃତୀୟ ସ୍ୱଦେଶୀ କରୋନା ଟିକା ।ଗତବର୍ଷ ଡିସେମ୍ବରରରେ କରୋନାର ବୁଷ୍ଟର ଡୋଜ ପାଇଁ ହ୍ରାଇଦ୍ରାବଦର କମ୍ପାନୀ ବାୟୋଲଜିକାଲ ଇ.ଲିମିଟେଡ କୁ କୋର୍ବେଭାକ୍ସ ଭାକ୍ସିନ ଟ୍ରାଏଲ ପାଇଁ ମଞ୍ଜୁରୀ ମିଳିଥିଲା । ପ୍ରତି ମାସରେ ୧୦ କୋଟି ଟିକା ପ୍ରସ୍ତୁତ ପାଇଁ କରିବାକୁ ଲକ୍ଷ୍ୟ ରଖିଛି ।