ହିଜାଵ ପ୍ରସଙ୍ଗ ରେ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

କର୍ଣ୍ଣାଟକରେ ଆରମ୍ଭ ହେଇଥିବା ହିଜାବକୁ ନେଇ ବିବାଦ ଏବେ ଉଗ୍ର ହେବାରେ ଲାଗିଛି । ମାମଲା ଦିନକୁ ଦିନ ଜଟିଳ ହେଉଥିବା ବେଳେ ରାଜନୈତିକ ବୟାନବାଜି ନିଆଁ ରେ ଘିଅ ଢ଼ାଳିବା ସଦୃଶ ହେଉଛି I ଏହାରି ଭିତରେ କର୍ଣ୍ଣାଟକର କଂଗ୍ରେସ ନେତା ଜମ୍ମିର ଅହମ୍ମଦ ଅତ୍ୟନ୍ତ ଘୃଣ୍ୟ,ସମ୍ୱେଦନହୀନ ମନ୍ତବ୍ୟ ଦେଇଛନ୍ତି । । କଂଗ୍ରେସ ନେତା କହିଛନ୍ତି, ମହିଳାମାନ ହିଜାବ ନ ପିନ୍ଧିବାରୁ ତାଙ୍କ ସହ ଦୁଷ୍କର୍ମ ହେଉଛି। ଜମୀର ଅହମଦ କହିଛନ୍ତି, ଇସଲାମରେ ହିଜାବର ଅର୍ଥ ପରଦା।

ଜମୀର ଅହମଦ କହିଛନ୍ତି, ଭାରତରେ ଦୁଷ୍କର୍ମର ହାର ସବୁଠାରୁ ଅଧିକ। ହିଜାବ ଝିଅଙ୍କ ସୁନ୍ଦରତାକୁ ଲୁଚାଇବା ପାଇଁ । ହିଜାବର ପରିକଳ୍ପନା ପଛରେ ଏହା ହେଉଛି ପ୍ରକୃତ ଉଦ୍ଦେଶ୍ୟ। ଫଳରେ ମହିଳାମାନଙ୍କର ସୌନ୍ଦର୍ଯ୍ୟ ବାହାରକୁ ପ୍ରଦର୍ଶିତ ହୁଏ ନାହିଁ I ତେବେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହଁ। ଏହାକୁ ପାଳନ କରାଯାଏ ବୋଲି ସେ କହିଛନ୍ତି ।

କେରଳ ରାଜ୍ୟପାଳ ଆରିଫ ମୋହମ୍ମଦ ଖାନଙ୍କ ହିଜାବ ଜରୁରୀ ନଥିବା ବୟାନଙ୍କର ଜବାବ ଦେଇ ଏହି କଥା କହିଥିଲେ। ଶନିବାର ଆରିଫ୍ ମୋହମ୍ମଦ ଖାନ କହିଥିଲେ, ଇସଲାମରେ ହିଜାବ ସେହିପରି ଜରୁରୀ ନୁହେଁ, ଯେପରି ଶିଖ ଧର୍ମରେ ପଗଡୀର ରହିଥାଏ। ଏହାସହ ସେ କହିଥିଲେ, ମୁସଲିମ ଝିଅମାନଙ୍କୁ ଆଗକୁ ବଢିବାକୁ ନଦେବା ଷଡଯନ୍ତ୍ର। ସେହିପରି ହିଜାବର ସମର୍ଥକମାନଙ୍କୁ କଡ଼ା ଜବାବ ଦେଇଛନ୍ତି ଜମ୍ମୁ ଓ କଶ୍ମୀରର ଜଣେ ୧୨ଶ ଶ୍ରେଣୀ ଛାତ୍ରୀ ଆରୁସା ପରଭେଜ। ଟଙ୍କା ମତରେ ନିଜକୁ ମୁସଲମାନ ପ୍ରମାଣିତ କରିବାକୁ ହିଜାବ ପିନ୍ଧିବା ଜରୁରୀ ନୁହେଁ ,କେବଳ ଇସଲାମୀୟ ଧର୍ମ ପାଳନ କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି ।