ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ 

ନୂଆଦିଲ୍ଲୀ: ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେବା ପରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବା ପରେ ଚେନ୍ନାଇସ୍ଥିତ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କାବେରୀ ଜଳ ବିବାଦକୁ ନେଇ ତାଞ୍ଜାଭୁରରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଉଦୟନିଧି ଷ୍ଟାଲିନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ତାମିଲନାଡୁ କାବେରୀ ନଦୀର ଯଥାର୍ଥ ଜଳ ପାଉନାହିଁ ଏବଂ ସରକାର ଏହି ପ୍ରସଙ୍ଗରେ ଉଦାସୀନ ରହିଛନ୍ତି। ଭାଷଣ ସମୟରେ ସମାବେଶରେ ଉପସ୍ଥିତ କିଛି ଲୋକ ଅଭିନେତ୍ରୀ ତ୍ରିଶାଙ୍କ ନାମରେ ସ୍ଲୋଗାନ ଦେଇଥିଲେ। ଏହା ପରେ ଉଦୟନିଧି କରିଥିବା ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତାଙ୍କ ଏହି ମନ୍ତବ୍ୟକୁ ଅନେକ ମହଳରେ ତ୍ରିଶାଙ୍କ ପ୍ରତି ଅପମାନଜନକ ବୋଲି ଅଭିଯୋଗ କରାଯାଇଛି। ଏହା ପରେ ମାମଲାଟି ରାଜନୈତିକ ରୂପ ନେଇଥିଲା। ଏହି ଅରୁଚିକର ମନ୍ତବ୍ୟକୁ ନେଇ ଟିଭିକେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।