ଭୁବନେଶ୍ୱରରୁ ଧରାପଡିଲା ସୁପାରୀ କିଲର

ସୁପାରୀ କିଲର ର ସମସ୍ତ ଚାଲ ହେଲା ଫେଲ I ସୁପାରୀ କିଲର ନିଜ କାର୍ନାମା ଦେଖାଇବା ପୂର୍ବରୁ ମାଡି ବସି କାବୁ କରିନେଲା ପୋଲିସ Iସମ୍ପଦ କୁମାର ସାହୁ ନାମକ ଏହି ସୁପାରୀ କିଲର ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟବସାୟୀ ଙ୍କୁ ମାରିବାକୁ ଆସିଥିଲେ କିନ୍ତୁ ଅସଫଳ ହେଇ ଜେଲ ଯାଇଛନ୍ତି ଇ ତା’ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ତା’ ନାଁରେ ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ନୟାପଲ୍ଲୀର ଆଇଆରସି ଭିଲେଜ୍ ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ନିକଟରୁ ଏହି ସୁପାରୀ କିଲରକୁ ଗିରଫ କରାଯାଇଛି। ସେ ସେହି ମନ୍ଦିର ନିକଟରେ ଉକ୍ତ ବ୍ୟବସାୟୀଙ୍କୁ ମାରିବାକୁ ଯୋଜନା କରିଥିଲା। ତାକୁ ଧରିବାକୁ ହୋଇଥିବା ଅପରେସନ୍‌ ବେଳେ ଜଣେ ସବ୍‌ଇନ୍ସପେକ୍ଟର ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି। ସୁପାରୀ କିଲର ବନ୍ଧୁକ ଦେଖାଇ ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିଲା। ତା’ଠାରୁ ଦୁଇଟି ବନ୍ଧୁକ ଓ କିଛି ଗୁଳି ଜବତ କରାଯାଇଛି।ସୂଚନା ଅନୁସାରେ ଆଜି ମର୍ଣ୍ଣିଂୱାକ୍‌ରେ ବାହାରିଥିବା ସ୍ଥାନୀୟ ଜଣେ ବ୍ୟବସାୟୀ ଙ୍କୁ ସେ ଟାର୍ଗେଟ କରିଥିଲା । ଆଉ ସୁପରୀ କିଲର କିଛି ଅଘଟଣ ଘଟାଇବା ପୂର୍ବରୁ ତାକୁ ଧରି ନେଇଥିଲା ପୁଲିସ୍। ସୁପାରୀ କିଲରକୁ ଗିରଫ କରିବା ପରେ ନୟାପଲ୍ଲୀ ଥାନାର ଏକ ସ୍ପେଶାଲ ଟିମ୍ ଘଟଣାର ତଦନ୍ତ କରୁଛି।

Comments (0)
Add Comment