ଖାଇବା ତେଲ ଉପରୁ ଟିକସ ଛାଡ଼ Iମହାଙ୍ଗା ମାଡ଼ ରେ ସାଧାରଣ ଜନତା ଅସ୍ତବ୍ୟସ୍ତ ହେଉଥିବା ବେଳେ,ପେଟ୍ରୋଲ ପରେ ପରେ ଖାଇବା ତେଲ ଉପରୁ ଟିକସ ଛାଡ଼ କରିଛନ୍ତି ସରକାର I ଖାଇବା ତେଲର ମୂଲ୍ୟକୁ ନେଇ ମଙ୍ଗଳବାର କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଫଳରେ ବାର୍ଷିକ ୨୦ ଲକ୍ଷ ମେଟ୍ରିକ ଟନ ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଉପରୁ କେନ୍ଦ୍ର ସରକାର ସୀମା ଶୁଳ୍କ ଓ ସେସ ହଟାଇଛନ୍ତି । ଏହା ଆଜିଠୁ ଲାଗୁ ହୋଇଛି । ଆସନ୍ତା ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଫଳରେ ଖାଇବା ତେଲ ଦର କମିବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ ଖାଇବା ତେଲ ଦର କମିବା ସହ ତାହା ମୁଦ୍ରାସ୍ପୀତି ନିୟନ୍ତ୍ରଣ କ୍ଷେତ୍ରରେ ସହାୟକ ହେବ ।
ସୂଚନା ଯୋଗ୍ୟ, ବିଶ୍ୱରେ ଭାରତ ହେଉଛି ବଡ ଖାଇବା ତେଲ ଆମଦାନୀକାରୀ ଦେଶ । ଆବଶ୍ୟକତାର ୬୦ ପ୍ରତିଶତ ତେଲ ବାହାର ଦେଶରୁ ଆସିଥାଏ । ରୁଷ-ୟୁକ୍ରେନ ଯୁଦ୍ଧ ଫଳରେ ବିଶ୍ୱ ବଜାରରେ ସୂର୍ଯ୍ୟମୁଖୀ ତେଲର ଦର ବୃଦ୍ଧି ସହ ମାଲେସିଆର ରପ୍ତାନି କଟକଣା ଯୋଗୁଁ ପାମୋଲିନ ତେଲ ଦର ବୃଦ୍ଧି ପାଇଥିଲା