ଓଡ଼ିଶା ବନ୍ଦକୁ ନେଇ କଂଗ୍ରେସର ପ୍ରେସମିଟ

ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ସଫଳ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା କଂଗ୍ରେସ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ଓ ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କହିଛି । ସେହିପରି ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଯେଉଁମାନେ ହାଇକୋର୍ଟକୁ ଯାଇଥିଲେ ସେମାନେ ବିଜେଡ଼ି ଲିଗାଲ ସେଲର କର୍ମକର୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସର ବଡ଼ ଧରଣର ବନ୍ଦ ଡ଼ାକରାକୁ ଭଣ୍ଡୁର କରିବାକୁ ଉଦ୍ୟମ ହୋଇଥିଲା । ତାହା ଫେଲ ମାରିଛି ବୋଲି କଂଗ୍ରେସ କହିଛି । ହାଇକୋର୍ଟଙ୍କ ରାୟ ମାନି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିଥିବାରୁ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବରିଷ୍ଠ ନେତା ।ଅସ୍ତରଙ୍ଗ କାକଟପୁରରେ କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବ ଆଂଶିକ ଭାବେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତଳିକା ଦାହ କରିବା ସହ ନାରାବାଜି କରିଛନ୍ତି । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ଏକାଠି ହୋଇ ଅସ୍ତରଙ୍ଗ କାକଟପୁର ବଜାରରେ ରାଲି କରି ସରକାର ବିରୋଧୀ ନାରାବାଜି କରିଛନ୍ତି । ମୁଖ୍ୟ ବଜାରରେ କର୍ମୀ ମାନେ ଧାରଣାରେ ବସିବା ସହ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି ।
ଲୋକସେବା ଭବନକୁ ଧସେଇ ପଶିବାକୁ ଅଗ୍ରସର ଉଦ୍ୟମ ବେଳେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଇଥିଲା ଫଳରେ ଛାତ୍ର କଂଗ୍ରେସର ଶତାଧିକ କର୍ମୀଙ୍କୁ ଗିରଫ କରିଛି ପୋଲିସ ।

Comments (0)
Add Comment