ବିଦ୍ୟୁତକାଟ ପ୍ରତିବାଦରେ ଗ୍ରୀଡକୋ ଅଫିସ ଘେରିଲା କଂଗ୍ରେସ

ଭୁବନେଶ୍ୱର: ଅଘୋଷିତ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଛି । ରାଜଧାନୀର ଗ୍ରୀଡକୋ ଅଫିସ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଶହଶହ କଂଗ୍ରେସ କର୍ମୀ ଗ୍ରୀଡକୋ ଅଫିସ ସମ୍ମୁଖରେ ଘେରାଉ କରିଥିବାବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଗୋଟିଏ ପଟେ କଂଗ୍ରେସ କର୍ମୀ ଓ ଅନ୍ୟପଟେ ଥିଲେ କଂଗ୍ରେସ କର୍ମୀ ।  କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗି ଗ୍ରୀଡକୋ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି  ସମୟରେ ଗ୍ରୀଡକୋ ଅଫିସକୁ କଂଗ୍ରେସ କର୍ମୀ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଛି ।

କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ଯେ, ରାଜ୍ୟରେ ତାତି ଅସହ୍ୟ ହେଉଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ବ୍ୟତିବ୍ୟସ୍ତ କରି ଦେଉଛି । ଏ ନେଇ ଟାଟା ପାୱାରକୁ ସମାଲୋଚନା କରି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ଜ୍ୟରେ କଂଗ୍ରେସ ସରକାର ବେଳେ ବିଜୁଳି ବଳକା ହେଉଥିବାରୁ ଅନ୍ୟ ରାଜ୍ୟକୁ ବିକ୍ରି ହେଉଥିଲା । ଏବେ କିନ୍ତୁ ବଳକା ବିଦ୍ୟୁତ ହୋଇଥିଲେ ମଧ୍ୟ କାହିଁକି ବାରମ୍ବାର ବିଦ୍ୟୁତ କାଟ ହେଉଛି ? ତା ଛଡା ବିଜୁଳି କଟିବ ନାହିଁ ବୋଲି ନିକଟରେ ଟାଟା ପାୱାର କହିଥିଲା  । ହେଲେ ନିୟମିତ ବିଦ୍ୟୁତ କାଟ ହେଉଛି ।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଭିତ୍ତିଭୂମି ସଜାଡିବା ପାଇଁ ଟାଟା ପୱାରକୁ ୨୦ କୋଟି ଦିଆ ଯାଇଥିଲା  । ହେଲେ ଏଥିରୁ ମାତ୍ର ୫ ହଜାର କୋଟି ଖର୍ଚ୍ଚ କରିଛି ଟାଟା ପାୱାର । ଆଉ ୧୫ ହଜାର କୋଟି କାହିଁକି ଖର୍ଚ୍ଚ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି  ।