ଭୁବନେଶ୍ୱର : ରାଜ୍ୟପାଳ ଭବନ ସମ୍ମୁଖରେ କଂଗ୍ରେସର ଧାରଣା I ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଆଜି ଓଡ଼ିଶା ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ ଙ୍କ ନେତୃତ୍ବରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ଧାରଣାରେ ବିପୁଳ ସଂଖ୍ୟାରେ ଛାତ୍ର କଂଗ୍ରେସ ନେତାମାନେଯୋଗ ଦେଇ ପଛୁଆବର୍ଗଙ୍କୁ ଚାକିରି କ୍ଷେତ୍ରରେ ୨୭% ସଂରକ୍ଷଣ ପାଇଁ ଦାବି କରିଛନ୍ତି ।
ଓଡ଼ିଶାର ମୋଟ ଜନସଂଖ୍ୟାର ୫୪% ଅଂଶ OBC ଥିବା ସତ୍ତ୍ବେ ସେମାନେ ସମସ୍ତ ଅଧିକାରରୁ ବଞ୍ଚିତ । ଛାତ୍ର କଂଗ୍ରେସ ଏହି ଅନ୍ୟାୟ ବିରୁଦ୍ଧରେ ଅନ୍ଦୋଳନ କରି ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ଅଧ୍ଯକ୍ଷ ଶ୍ରୀ ଭକ୍ତଚରଣ ଦାସ ମଧ୍ଯ ଧାରଣାରେ ଯୋଗଦେଇ ଛାତ୍ରମାନଙ୍କ ସହ ଯୋଗ ଦେଇ ଛାତ୍ର କଂଗ୍ରେସର ଦାବି କୁ ସମର୍ଥନ କରିବା ସହ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ I
ଆଜି ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦିଆଯାଇ, ଓଡ଼ିଶାରେ ୨୭% OBC ସଂରକ୍ଷଣ ନିମନ୍ତେ ବୈଧ ଓ ତୁରନ୍ତ ପଦକ୍ଷେପ ନେବା ପ୍ରସ୍ତାବ ରହିଛି |
ଛାତ୍ର କଂଗ୍ରେସ ଅଧ୍ଯକ୍ଷ ଉଦିତ ପ୍ରଧାନ କହିଛନ୍ତି ଯେ, “ଯଦି ଓବିସି ବର୍ଗ ଏହି ସମୟରେ ସଂବିଧାନିକ ଅଧୁକାର ପାଇଁ ପଛୁଆବର୍ଗ ନ ଲଢ଼ତ୍ତି ଏବଂ ୨୭% ସଂରକ୍ଷଣ ପ୍ରାପ୍ତ ନକରନ୍ତି, ତେବେ ଆସନ୍ତା ୫୦ ବର୍ଷରେ ଓବିସି ବର୍ଗ ସମାଜର ସବୁଠାରୁ ପଛୁଆବର୍ଗ ଶ୍ରେଣୀ ଭାବେ ବିବେଚନା ହେବେ।”
ଛାତ୍ରନେତା ଉଦିତ ପ୍ରଧାନ କହିଛନ୍ତି, “ଓଡ଼ିଶାରେ ୧ କୋଟିରୁ ଅଧିକ ଗରିବ ଓବିସି ନାଗରିକ ଅଛନ୍ତି, ଯାହାଙ୍କ ପାଇଁ ସଂରକ୍ଷଣ ଏକ ଅବଶ୍ୟକ ଏହା ସେମାନଙ୍କ ଲାଗି ଏକ ଅସ୍ତ୍ର ଅଟେ | ସଂରକ୍ଷଣ ତାଙ୍କୁ ଶିକ୍ଷା, ଚାକିରି ଓ ସମାଜରେ ସମ୍ମାନ ପାଇବାର ଅଧିକାର ଦେଇଥାଏ I ବିଜେପି ସରକାର ଓବିସି ବର୍ଗ ସହିତ ଖେଳ ଖେଳୁଛି। ୧୧.୨୫% ସଂରକ୍ଷଣ ଏହି ବର୍ଗ ପାଇଁ ଅନ୍ୟାୟ ଓ ଅପମାନ ସମାନ ।”
ଓଡ଼ିଶା ଛାତ୍ର କଂଗ୍ରେସ ଏହି ମାମଲାକୁ ଗମ୍ଭୀରତା ସହ ନେଉଛି ଓ ସରକାର ସମ୍ମୁଖରେ ଚାପ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖୁଛି I ଯଦି ଓବିସି ମାନଙ୍କୁ ସଂବିଧାନ ଅନୁଯାୟୀ ସୁନିଶ୍ଚିତ ଅଧିକାର ଦିଆଯିବ ନାହିଁ, ତେବେ ଓଡ଼ିଶା ସାରା ଦୃଢ଼ ଆନ୍ଦୋଳନ ହେବ ।