ଆନ୍ଦୋଳନ ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ,ତଥା ମମିତା ମେହେର ହତ୍ୟାକାଣ୍ଡରେ ଦୋଷୀଙ୍କ ବିରୋଧରେ ଏ ଯାଏ କାର୍ଯ୍ୟାନୁଷ୍ଠାନ ନ ହେବା ଭଳି ଅନେକ ମୁଦ୍ଦାକୁ ନେଇ ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ଇ ଏହି ସମୟରେ ଛାତ୍ର କଂଗ୍ରେସ କର୍ମୀମାନେ ବିଧାନସଭା କୁ ଘେରାଉ କରିବା ସହିତ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ I ଏହି ଆନ୍ଦୋଳନ ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା I ଏହି ହିଂସାକାଣ୍ଡ ଘଟଣାରେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଏହି ଘଟଣାକୁ ନିନ୍ଦା କରିବା ସହ ଏହି ଆନ୍ଦୋଳନ ଏଇଠି ସରିନାହିଁ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କହିଛି । କାହା ଅନୁମତିରେ ପୋଲିସ କାର୍ଯ୍ୟାଳୟ ଭିତରେ ପଶି ବାଡ଼େଇଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବାଡ଼ି ଧରି ନିର୍ମମ ଭାବେ ପିଟିବା ଠିକ୍ ହୋଇନାହିଁ । ଯେଉଁ କଂଗ୍ରେସ ଇଂରେଜଙ୍କ ବନ୍ଧୁକଙ୍କୁ ଡ଼ରିନଥିଲା ସେ ମାଡ଼କୁ ଡ଼ରିଯିବ ନାହିଁ । ଆନ୍ଦୋଳନ ଜାରି ରହିବ ବୋଲି କହିଛି କଂଗ୍ରେସ । ପଶୁଙ୍କୁ ମାରିଲା ଭଳି ପୋଲିସ କଂଗ୍ରେସ କର୍ମୀଙ୍କୁ ମାରି ଚାଲିଥିଲା । ଗତକାଲି ମାନବ ଅଧିକାର ଦିବସ ଥିବା ବେଳେ ସରକାର ଏହାକୁ କାର୍ଯ୍ୟକ୍ରମ କରି ପାଳନ କରୁଛନ୍ତି । ଅନ୍ୟପଟେ ସେଇ ସମୟରେ ଓଡ଼ିଶା ପୋଲିସ କଂଗ୍ରେସ କର୍ମୀଙ୍କ ସହ କେଉଁଭଳି ବ୍ୟବହାର କରୁଥିଲା ତାହା ସମସ୍ତେ ଦେଖିଲେ ବୋଲି କଂଗ୍ରେସ କହିଛି । ସେହିପରି ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ ।

Comments (0)
Add Comment