ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଉପରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଚାଷୀ ଆତ୍ମହତ୍ୟା ଘଟଣା, ମରୁଡି ଜନିତ ଫସଲ ହାନି ଋଋଣଭାର ଯୋଗୁ ହୋଇଛି । କଂଗ୍ରେସ ପ୍ରତିନିଧି ଦଳ ସେଠାରେ ପହଂଚି ରିପୋର୍ଟ ସଂଗ୍ରହ କରିଥିଲା । ଘଟଣାସ୍ଥଳ ପରିଦର୍ଶନ ନକରି ମନ୍ତ୍ରୀ ଚାଷୀ ଆତ୍ମହତ୍ୟା ଅଭିଯୋଗକୁ ଖଣ୍ଡନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସବୁଠି ବଳିଷ୍ଠ ପ୍ରମାଣ ହେଉଛି ତାଙ୍କ ସ୍ତ୍ରୀ । କିନ୍ତ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇନାହିଁ । ଗୃହର ର ବିବୃତ୍ତି ବେଳେ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତି କରିଛନ୍ତି । ରାଜ୍ୟ ରେ ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା କଲେଣି I ପାଟଣା ଗଡ଼ରେ ଦ୍ଵିତୀୟ ଚାଷୀ ଆତ୍ମହତ୍ୟା କରିଥିବାବେଳେ ଗତକାଲି କେନ୍ଦ୍ରଡାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି ।
କୌଣସି ଗୋଟିଏ ଜାଗାରେ ବି ତଳ ସ୍ତରର ଅଧିକାରୀ ମାନେ ଏ ଯାଏ ପହଂଚିପାରି ନାହାନ୍ତି । ଦୀର୍ଘ ୭୫ ଦିନ ଧରି ସ୍ୱଳ୍ପ ବର୍ଷ ଯୋଗୁଁ ଧାନ ଗଛ ସମ୍ପୂର୍ଣ୍ଣ ପୋଡିଯାଇଛି । ଧର୍ମକୁ ଆଖିଠାର ପରି ସୋମବାର ବିଧାନସଭାରେ ମୋସନ ଆଣିଲେ । ଗୋଟିଏ ମରୁଡି, ୨୦ବର୍ଷର ବନ୍ୟାଠାରୁ ଭୟାନକ ସ୍ଥିତି ସୃଷ୍ଟି କରେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି I