ନୂଆଦିଲ୍ଲୀ : ମଙ୍ଗଳବାର ରାତିରେ ପାକିସ୍ତାନ ଓ ପିଓକେରେ ପଶି ଭାରତ ସେନା ଏକାଧିକ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି। ପାକିସ୍ତାନ ଆତଙ୍କବାଦ ବିରୋଧରେ ହୋଇଥିବା ଏହି ଆକ୍ରମଣକୁ ’ଅପରେସନ୍ ସିନ୍ଦୁର’ ନାମ ଦିଆଯାଇଛି ।
ସୂଚନା ଅନୁସାରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଏହି ଆକ୍ରମଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଆସିଛି। ଭାରତୀୟ ସେନାର ଏହି ଆକ୍ରମଣକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ରାହୁଲ ଏବଂ ତାଙ୍କ ସହ ଏହି ଆକ୍ରମଣକୁ ପୂରା କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ ଜଣାଇଛି । ଭାରତୀୟ ସେନା ପାଇଁ ’ଜୟ ହିନ୍ଦ୍’ ସ୍ଲୋଗାନ ଦେଇଛନ୍ତି ରାହୁଲ ଗାନ୍ଧୀ । ଭାରତୀୟ ସଶସ୍ତ୍ର ବଳକୁ ନେଇ ସେ ଗର୍ବିତ । ତାଙ୍କ ସହ ଅନ୍ୟ କଂଗ୍ରେସ ନେତା ମଧ୍ୟ ଭାରତର ଆକ୍ରମଣକୁ ପୂ୍ର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଏଭଳି ଆକ୍ରମଣ ଦେଶର ସ୍ୱାଭିମାନ ପାଇଁ ଜରୁରି ଥିଲା ବୋଲି କହିଛନ୍ତି ।