କୋଟିଆ ନିର୍ବାଚନ କୁ ନେଇ ବଢୁଛି ଚିନ୍ତା : ଫେଲ ମାରିଲା ସର୍ବଦଳୀୟ ବୈଠକ

କୋଟିଆକୁ ନେଇ ସର୍ବଦଳୀୟ ନେତାଙ୍କ ଘନ ଘନ ବୈଠକ ଫେଲ୍ ମାରିଛି I ବାରମ୍ବାର ବୁଝାସୁଝା ସତ୍ତ୍ୱେ ଧରାଦେଇ ନାହାନ୍ତି ଦୁଇ ସ୍ୱାଧୀନ ପ୍ରାର୍ଥୀ I ତେଣୁ ସହମତି ଭିତିରେ ପ୍ରାର୍ଥୀ ଦେବା ପାଇଁ କୋଟିଆରେ ଫେଲ ମାରିଲା ସର୍ବଦଳୀୟ ଉଦ୍ୟମ । ଜିଲ୍ଲା ପରିଷଦ ପାଇଁ ଲଢେଇ କରିବେ ଦୁଇ ପ୍ରାର୍ଥୀ । ପଟାଂଗୀ ବ୍ଲକ ଏକ ନମ୍ବର ଜୋନ ଜିଲ୍ଲା ପରିଷଦ ରେ ନିର୍ବାଚନ ହେବାକୁ ନେଇ ଦ୍ୱନ୍ଦ୍ୱ ବଢିଛି I ସର୍ବଦଳୀୟ ନେତାଙ୍କ ସମ୍ମତିରେ ମମତା ଜାନି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହାପରେ ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକା ଗେମେଲ ଓ ସବିନା ଗୁଡିଆ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ଏହାପରେ ସ୍ୱାଧିନ ପ୍ରାର୍ଥୀ ସବିନା ଗୁଡିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ସର୍ବଦଳୀୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ସ୍ୱାଧୀନ ପ୍ରାର୍ଥୀ। ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ଟିକାଇ ଗେମେଲଙ୍କର ହେବ ଲଢେଇ। ଦେଖିବାକୁ ଗଲେ ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ଭିତରେ ହେବ ନିର୍ବାଚନୀ ଲଢେଇ I

କୋରାପୁଟ ଜିଲ୍ଲା ର ଆନ୍ଧ୍ର ଓଡିଶା ସୀମାନ୍ତ ପଟାଂଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଂଚାୟତ ରେ ବାରମ୍ବାର ଆନ୍ଧ୍ର ଅନୁପ୍ରବେଶ ର ଷଡଯନ୍ତ୍ରକୁ ନେଇ ଚିନ୍ତାରେ ଓଡ଼ିଶା ପ୍ରଶାସନ । ପୂର୍ବରୁ ଆନ୍ଧ୍ର ଅଗଣତାନ୍ତ୍ରିକ ଭାବେ ନିର୍ବାଚନ କରିସାରିଛି । ଯାହାକୁ ନଜରରେ ରଖି ସର୍ବଦଳୀୟ ନେତା କୋଟିଆରେ ସର୍ବସମ୍ମତି କ୍ରମେ ପ୍ରାର୍ଥୀ ଚୟନ କରିଥିଲେ । କିନ୍ତୁ ପରେ ସ୍ୱାଧିନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଯାହା ସ୍ଥିତିକୁ ଗୋଳିଆ କରିଦେଇଥିଲା । ଆଜି ଦିନ ତମାମ ବୈଠକ ଚାଲିଥିଲା । ହେଲେ କୌଣସି ଅଙ୍କ ଛିଡିଲା ନାହିଁ । ସ୍ୱାଧିନ ପ୍ରାର୍ଥୀ ଟିକା ଗେମେଲଙ୍କୁ ଆନ୍ଧ୍ରର ସମ୍ପୂର୍ଣ୍ଣ ସମର୍ଥନ ରହୁଥିବାରୁ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ନାହିଁ ବୋଲି ଜଣାପଡିଛି । ଆନ୍ଧ୍ରର ଦଲାଲ ଓ ଏଜେଂଟ ମାନେ ଟିକା ଗେମେଲଙ୍କୁ ସମର୍ଥନ କରୁଥିବା ଜଣାପଡିଛି । କୋଟିଆରେ ପଂଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ଆନ୍ଧ୍ରର ଷଡଯନ୍ତ୍ର ଖବର ପରେ ଏକାଠି ହୋଇଥିଲେ ସର୍ବଦଳୀୟ ନେତା । ନିଷ୍ପତି ହୋଇଥିଲା ସର୍ବସମ୍ମତିରେ ପ୍ରାର୍ଥୀ ବଛାଯିବ, କିନ୍ତୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସ୍ଥିତିକୁ ଗୋଳିଆ କରିଦେଇଛି । ତେବେ କୋଟିଆ ପ୍ରସଙ୍ଗରେ ପଡୋଶୀ ଆନ୍ଧ୍ରକୁ କଡା ଜବାବ ଦେବାକୁ ମାଟି ପାଇଁ ଏକାଠି ହୋଇଥିଲେ ରାଜ୍ୟର ସବୁ ଦଳ । ଏଠାରେ ପଞ୍ଚାୟତ ନିର୍ବାଚନ ପାଇଁ ଇଲେକ୍ସନ କରାଯିବ ନାହିଁ, ବରଂ ସବୁଦଳର ନିଷ୍ପତ୍ତି କ୍ରମେ ସିଲେକ୍ସନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଅର୍ଥାତ ପଟାଙ୍ଗି ବ୍ଲକର କୋଟିଆରେ ବିନା ନିର୍ବାଚନରେ ବଛାଯାଇଥାନ୍ତା ପଞ୍ଚାୟତ ପ୍ରତିନିଧି । କୋରାପୁଟରେ ବସିଥିବା ସର୍ବଦଳୀୟ ବୈଠକରେ ଏପରି ନିଷ୍ପତି ହୋଇଥିଲା ।
କୋଟିଆକୁ ନେଇ ଓଡିଶା-ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି । ଆନ୍ଧ୍ରର ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଆଳରେ କୋଟିଆରେ ବାରମ୍ବାର ଅନୁପ୍ରବେଶ କରୁଛନ୍ତି । ଓଡିଶା ଏହାର ଜୋରଦାର ବିରୋଧ କରିଆସୁଛି । ଏପରିକି ଗତବର୍ଷ କୋଟିଆରେ ଆନ୍ଧ୍ର ପକ୍ଷରୁ ଏକତରଫା ନିର୍ବାଚନ କରାଯାଇଥିଲା । ଏହାକୁ ଓଡିଶା ଜୋରଦାର ବିରୋଧ କରିଥିଲା

Comments (0)
Add Comment