ଚିନ୍ତା ବଢ଼ାଇଲାଣି ଏମଆଇ ସିଣ୍ଡ୍ରୋମ ,କୋଭିଡ ପରବର୍ତ୍ତୀ ଅବସ୍ଥାରେ ଶିଶୁଙ୍କୁ କରୁଛି ଆକ୍ରାନ୍ତ :ଜାଣନ୍ତୁ ଲକ୍ଷଣ

ରାଜ୍ୟରେ କରୋନା ର ଦ୍ବିତୀୟ ଲହର ସମୁର୍ଣ୍ଣ ଭାବରେ ଯାଇ ନାହିଁ ଇ ବର୍ତ୍ତମନ ରାଜ୍ୟ ରେ ରେ ବହୁ ସଂଖ୍ୟାରେ ୧୮ ବର୍ଷରୁ କମ୍ ବୟସର ପିଲା କରୋନାରେ ସଂକ୍ରମିତ ହେଉଥିବାର ଦେଖା ଯାଉଛି । ପ୍ରତ୍ୟେକ ଦିନ ଏହି ସଂଖ୍ୟା ଶହେ ଉପରେ ରହୁଛି । ଶିଶୁମାନଙ୍କ କୋଭିଡ ସଂକ୍ରମଣର ଏକ ମାସ ପରେ ଜନ୍ମରୁ ୧୦ ବର୍ଷ ପିଲାଙ୍କ ଭିତରେ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ ବା ଏମ୍‌ଆଇଏସ୍‌ ର ସମ୍ଭାବନା ବଢିଯାଉଛି। ‌ ଏମ୍‌ଆଇଏସ୍‌ ବୟସ୍କଙ୍କଠାରେ ଦେଖିବାକୁ ମିଳୁଥିଲେ ହେଁ ଏବେ ଶିଶୁମାନେ ଏଥିରେ ଆକ୍ରାନ୍ତ ହେ‌ବାରେ ଲାଗିଛନ୍ତି । ରାଜଧାନୀର କିଛି ଘରୋଇ ହସ୍ପିଟାଲର ଡାକ୍ତର ଶିଶୁମାନଙ୍କଠାରେ ଏଭଳି ରୋଗଙ୍କୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଶୀଘ୍ର ରୋଗକୁ ଚିହ୍ନଟ କରା ନ ଗଲେ, ଏହା ଶିଶୁମାନଙ୍କଠାରେ ଘାତକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ନଭେମ୍ବରରୁ ଜାନୁଆରି ଭିତରେ ରାଜଧାନୀର କିଛି ଶିଶୁରୋଗ ହସ୍ପିଟାଲରେ ଏମ୍‌ଆଇଏସ୍‌ରେ ଆକ୍ରାନ୍ତ ଶିଶୁଙ୍କୁ ଠାବ କରାଯାଇଥିଲା । ତେବେ କରୋନାର ଦ୍ବିତୀୟ ଲହରରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଶିଶୁରୋଗ ବିଶେଷଜ୍ଞଙ୍କ ମତରେ, କରୋନାରେ ସଂକ୍ରମିତ ହେଉଥିବା ଶିଶୁଙ୍କ ୬ ସପ୍ତାହ ପରେ ଏମ୍‌ଆଇଏସ୍‌ର ଲକ୍ଷଣ ଦେଖିବାକୁ ମିଳୁଛି। ବିଶେଷକରି ୮-୧୫ବର୍ଷ ବୟସର ଶିଶୁଙ୍କଠାରେ ଏହା ଅଧିକ ମାତ୍ରାରେ ନଜରକୁ ଆସୁଛି । ଏମ୍‌ଆଇଏସ୍‌ ଲକ୍ଷଣ ଥିବା ଶିଶୁଙ୍କଠାରେ ସାର୍ସ-କୋଭ-୨ର ଆଣ୍ଟିବଡି ରହୁଛି। ଯେଉଁ ଶିଶୁମାନଙ୍କର କୌଣସି ଲକ୍ଷଣ ବିନା ଉଚ୍ଚ ତାପମାତ୍ରାରେ ଜ୍ବର, କାଶ କିମ୍ବା ଯେଉଁ ଶିଶୁମାନଙ୍କ ପରିବାରରେ ଯଦି କେହି କରୋନାରେ ସଂକ୍ରମିତ ହୋଇଥା’ନ୍ତି ତାହାଲେ ଶିଶୁମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଯିବା ସ୍ବାଭାବିକ । ତେବେ ଆବଶ୍ୟକ ପରୀକ୍ଷା ପରେ ହିଁ ଶିଶୁଟିଏ ଏମ୍‌ଆଇଏସ୍‌ରେ ସଂକ୍ରମିତ କି ନୁହେଁ, ତାହା ସ୍ପଷ୍ଟ ହୋଇପାରିବ ।
ତେବେ ଏହାର ଲକ୍ଷଣ କ’ଣ ?କୋଭିଡରୁ ସୁସ୍ଥ ହେବା ଏକ ମାସ ପରେ ସେମାନଙ୍କ ମୁଣ୍ଡବିନ୍ଧା, ଝାଡ଼ା ଓ ବାନ୍ତି ଆଦି ହେଉଛି। ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ଶିଶୁମାନଙ୍କ ତଳିପେଟରେ ଯନ୍ତ୍ରଣା, ପତଳା ଝାଡ଼ା କିମ୍ବା ବାନ୍ତି ହୋଇଥାଏ । ତେବେ ଅନ୍ୟ କାରଣ ପାଇଁ ହେଉଥିବା ପତଳା ଝାଡ଼ା ତୁଳନାରେ ଏମ୍‌ଆଇଏସ୍‌ରେ ଆକ୍ରାନ୍ତ ଶିଶୁଙ୍କଠାରେ ଡିହାଇଡ୍ରେସନ୍‌ ଶୀଘ୍ର ହୋଇଥାଏ । ଫଳରେ ଶିଶୁମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରିବା ଜରୁରୀ ହୋଇପଡ଼ିଥାଏ । ଏହି ରୋଗର ଉପଚାର ସମ୍ଭବ । ମାତ୍ର ଠିକ୍ ସମୟରେ ଏହାର ଚିହ୍ନଟ ହେବା ଜରୁରୀ । ପିତାମାତାମାନେ ଏମ୍‌ଆଇଏସ୍‌ର ଲକ୍ଷଣ ଉପରେ ନଜର ରଖିବା ଜରୁରୀ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ।

Comments (0)
Add Comment