ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ମାହୋଲ ମଧ୍ୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମ୍ନାରେ ଦେଖାଦେଇଛି ପ୍ରବଳ ହଙ୍ଗାମା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିସିଜେଡି (BCJD) ସଭାନେତ୍ରୀ ଇପସିତା ସାହୁଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଛି। ସୂଚନାନୁଯାୟୀ, ଇପସିତା ସାହୁଙ୍କ ନାମରେ ସହିଦନଗର ଥାନାରେ ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପୋଲିସ ତାଙ୍କୁ କାବୁ କରି ନେଇଥିବା ଜଣାପଡ଼ିଛି। ତେବେ ତାଙ୍କ ବିରୋଧରେ କେଉଁ ନିର୍ଦ୍ଦିଷ୍ଟ ମାମଲାରେ ଏହି ଅଭିଯୋଗ ହୋଇଛି, ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ, ଇପସିତାଙ୍କୁ ପୋଲିସ କେବଳ ଅଟକ ରଖିଛି ନା ଆନୁଷ୍ଠାନିକ ଭାବେ ଗିରଫ କରିଛି, ସେ ନେଇ ମଧ୍ୟ ସ୍ଥିତି ଅସ୍ପଷ୍ଟ ରହିଛି। ପୋଲିସର ଏହି ହଠାତ୍ ପଦକ୍ଷେପ ପଛର ପ୍ରକୃତ କାରଣ କ’ଣ ଏବଂ ଚାଲିଥିବା ଛାତ୍ର ସଂସଦ ନିର୍ବାଚନ ସହ ଏହାର କି ସମ୍ପର୍କ ରହିଛି, ତାହାକୁ ନେଇ ଏବେ ନାନା ଚର୍ଚ୍ଚା ଜାରି ରହିଛି।