କମିଶନରେଟ୍‌ ପୋଲିସର ଅଦଳବଦଳ

କମିଶନରେଟ୍‌ ପୋଲିସର ବଡ଼ଧରଣର ଅଦଳବଦଳ ହୋଇଛି । ଏହିକ୍ରମରେ ୬୦ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ବଦଳି କରାଯାଇଛି । କମିଶନରେଟ୍‌ ପୋଲିସର ଥିବା ବିଭିନ୍ନ ଥାନାରୁ ଅନ୍ୟ ଥାନାକୁ ବଦଳି କରାଯାଇଛି ।
ତେବେ ବଦଳି ହୋଇଥିବା ଅଧିକାରୀମାନେ ହେଉଛନ୍ତି, କ୍ୟାପିଟାଲ ଥାନାରୁ ସହିଦନଗର ଥାନା ଗଲେ ଏସ୍‌ଆଇ ସନ୍ତୋଷିନୀ ବେହେରା। ଲିଙ୍ଗରାଜ ଥାନରୁ ତମାଣ୍ଡୋ ଗଲେ ଏସ୍‌ଆଇ ସନ୍ତୋଷ ନାୟକ, ଖଣ୍ଡଗିରି ଥାନାରୁ ଜଟଣୀ ଗଲେ ନିରଞ୍ଜନ ଓଝା, ବାଲିଅନ୍ତାରୁ ଜଟଣୀ ଗଲେ ପ୍ରଫୁଲ୍ଲ ସାହୁ, ଖଣ୍ଡଗିରିରୁ ଚନ୍ଦ୍ରଶେଖପୁର ଗଲେ ସୁଶାନ୍ତ କୁମାର ସ୍ବାଇଁ। ସହିଦନଗରରୁ ଚନ୍ଦ୍ରଶେଖପୁର ଗଲେ ସୁଶାନ୍ତ କୁମାର ସେଠୀ। ଧଉଳି ଥାନାରୁ ଏୟାରଫିଲ୍ଡ ଥାନାକୁ ମଧୁସୂଦନ ଭୋଇ, ଚନ୍ଦ୍ରଶେଖପୁରରୁ ନୟାପଲ୍ଲୀ ଗଲେ ସୁରେନ୍ଦ୍ର ଦେହୁରୀ। ସହିଦନଗର ଥାନାରୁ ଆଇୟୁସିଏଡବ୍ଲୁ ଗଲେ ସଯୁକ୍ତା ସାହୁ।
ସେହିପରି ଏଏସ୍‌ଆଇ ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି । ଏଏସ୍‌ଆଇ ଅଞ୍ଜଳୀ ନାୟକଙ୍କୁ ଲକ୍ଷ୍ମୀସାଗର ଥାନାରୁ ଏୟାରଫିଲ୍ଡ଼ ଥାନାକୁ ବଦଳି । ଜଟଣୀ ଥାନାରୁ ଚନ୍ଦ୍ରେଶଖପୁର ଥାନକୁ ଏଏସଆଇ ବିନାୟକ ବିଧରଙ୍କୁ ବଦଳି । ଖାରବେଳ ନଗର ଥାନାରୁ ଖଣ୍ଡଗିରି ଥାନାକୁ ବଦଳି ହେଲେ ଜୟକୃଷ୍ଣ ପଟ୍ଟନାୟକ । ବରଗଡ଼ ଥାନାରୁ ଖଣ୍ଡଗିରି ଥାନା ଗଲେ ପ୍ରଭାସ ଚନ୍ଦ୍ର ବିଶ୍ୱାଳ ।

Comments (0)
Add Comment