ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ

ସୀମାରେ ଉତ୍ତେଜନା ହ୍ରାସ ଏବଂ ସେନା ପ୍ରତ୍ୟାହାରକୁ ନେଇ ଆଜି ଭାରତ-ଚୀନ ମଧ୍ୟରେ ବସିବ କମାଣ୍ଡର ସ୍ତରୀୟ ବୈଠକ । ଦିନ ୧୦.୩୦ ସମୟରେ ଲଦାଖ ଠାରେ ଦୁଇ ଦେଶ ମଧ୍ୟରେ ଏହି କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟକ୍ରମ ରହିଛି । ଦୀର୍ଘ ଦିନ ସୀମାକୁ ନେଇ ଭାରତ-ଚୀନ ବିବାଦ ଲାଗି ରହିଥିବା ବେଳେ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ।
ଚଳିତ ବର୍ଷ ଜୁଲାଇ ୩୧ରେ ଦୁଇ ଦେଶ ମଧ୍ୟରେ ଦ୍ୱାଦଶ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ପରେ ଗୋଗ୍ରା ସୀମାରୁ ଉଭୟ ଦେଶ ସୌନ୍ୟ ପ୍ରତ୍ୟାହାର କରିଥିଲେ। ତେବେ ଏହି ବୈଠକର କିଛି ଦିନ ପରେ ସୀମାରେ ପୁଣି ଉତ୍ତେଜନା ଦେଖିବାକୁ ମିଳୁଛି । ଉତ୍ତରାଖଣ୍ଡ ଏବଂ ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳରେ ଚୀନ ସେନା ଅନୁପ୍ରବେଶ କରିଥିବାର ନଜର ଆସିଛି। ସେପ୍ଟେମ୍ବର ୩୦ରେ ଉତ୍ତରାଖଣ୍ଡର ବାରୋହାତି ସେକ୍ଟରରେ ୧୦୦ରୁ ଉର୍ଦ୍ଧ ଚୀନ ସୌନ୍ୟ ପଶି ଆସିଥିଲେ।
ତେବେ ଭାରତର ତାଗିଦ ପରେ ସେମାନେ ଫେରିଯାଇଥିବା ଦେଖିବାକୁ ମିଳିଥିଲା। ଦୁଇଦିନ ତଳେ ମଧ୍ୟ ଅରୁଣାଚଳ ପ୍ରଦେଶର ତେଓ୍ୱାନ ସେକ୍ଟରରେ ମଧ୍ୟ ଚୀନ ସୌନ୍ୟ ଅନୁପ୍ରବେଶ କରିଥିଲେ। ସେହିପରି ଭାରତ ସୀମାରେ ଏବେ ଚୀନ ପକ୍ଷରୁ ଅଧିକରୁ ଅଧିକ ସୌନ୍ୟ ଠୁଳ କରାଯିବା ସହିତ ଯୁଦ୍ଧ ବିମାନ ମୁତୟନ କରାଯାଉଛି। ଭାରତ ପକ୍ଷରୁ ମଧ୍ୟ ଏହାର ପ୍ରତିଜବାବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାରି ଭିତରେ ଆଜିର ବୈଠକ ବେଶ ଗୁରୁତ୍ୱ ବହନ କରୁଛି।

Comments (0)
Add Comment