ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର, ଭେଣ୍ଟିଲେଟର ରେ ଚିକିତ୍ସା ଜାରି

ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମେ ଜଟିଳ ହୋଇଛି । ହୃଦଘାତ ଯୋଗୁଁ ଦିଲ୍ଲୀ ଏମ୍ସ ରେ ରହି ଚିକିତ୍ସିତ ହେଉଥିଲେ ରାଜୁ I ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଜରୁରୀକାଳୀନ ବିଭାଗରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି ।
ସୂଚନାନୁସାରେ ରାଜୁ ଶ୍ରୀବାସ୍ତବ ୧୦ ଅଗଷ୍ଟ ରେ ଜିମ୍ କରୁଥିବା ବେଳେ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଛି।ଜାତୀୟ ଗଣମାଧ୍ୟମକୁ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରାଜୁ ଶ୍ରୀବାସ୍ତବଙ୍କ ଏଞ୍ଜିୟୋଗ୍ରାଫି କରାଯାଇଛି, ଯେଉଁଥିରେ ୧୦୦ ପ୍ରତିଶତ ବ୍ଲକ ମିଳିଛି । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ରହିଛି । ତେଣୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଏମ୍ସ ସୂତ୍ର ଅନୁସାରେ ତାଙ୍କୁ ଜରୁରୀକାଳୀନ ଚିକିତ୍ସା ବିଭାଗ ର ଡାକ୍ତରୀଟିମ୍ ନଜରରେ ରଖାଯାଇଥିଲା । ପରେ କାର୍ଡିକ କେୟାର ୟୁନିଟକୁ ସ୍ଥାନାନ୍ତରିତ କରାଯାଇଥିଲା । ୫୮ ବର୍ଷୀୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ଟ୍ରେଡମିଲରେ ଦୌଡିବା ସମୟରେ ହୃଦଘାତ ରେ ଶିକାର ହୋଇ ତଳେ ପଡିଯାଇଥିଲେ ।