ରଙ୍ଗିଲା ସ୍ଵାମୀ ର କାର୍ନାମା : ସ୍ୱାମୀ ଙ୍କୁ ଧରି ଥାନାରେ ହାଜର ହେଲେ ୩ ଜଣ ସ୍ତ୍ରୀ

ଜଣେ ସ୍ୱାମୀ ଙ୍କୁ ନେଇ ତିନି ଜଣ ସ୍ତ୍ରୀ ଙ୍କ ମଧ୍ୟରେ ଟଣା ଓଟରା I ଆଜି ଏଇ ଭଳି ଗୋଟିଏ କେଶ ଯାଇ ପହଂଚିଛି ରାଜଧାନୀ ର ମଂଚେଶ୍ୱର ଥାନାରେ Iଆଲୋକ ଜେନା ନାମକ ଜଣେ ଅଟୋ ଡ୍ରାଇଭର ତିନି ଜଣ ମହିଳାଙ୍କୁ ବିବାହ କରି ମହିଳାଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି I
ଘଟଣାରୁ ପ୍ରକାଶ ଖୋର୍ଦ୍ଧା ବାଣପୁର ଅଞ୍ଚଳର ଆଲୋକ ଜେନା ପୂର୍ବରୁ ବିବାହିତ ,୨୦୦୬ ମସିହାରେ ସେ ପ୍ରଥମ ବିବାହ ସହିତ ଦୁଇଟି ପିଲାଙ୍କ ବାପା I କୌଣସି କାରଣ ରୁ ପ୍ରଥମ ସ୍ତ୍ରୀ ଙ୍କ ସହ କଳହ କାରଣରୁ ଘରଛାଡି ରାଜଧାନୀରେ ଅଟୋ ଡ୍ରାଇଭର ଭାବରେ କାମ କରୁଥିଲେ ଆଲୋକ I ଏହାପରେ ୨୦୧୭ ରେ ୨ୟ ବିବାହ କରିଥିଲେ ,ସେହି ସମୟରେ ସେ ୨ୟ ପତ୍ନୀଙ୍କ ଘର ଲୋକଙ୍କୁ କହିଥିଲେ କି ତାଙ୍କର ଛାଡ଼ପତ୍ର ହୋଇ ସାରିଛି ବୋଲି I ଏହି ବିବାହ ର କିଛିଦିନ ପରେ ପୁଣି ୩ୟ ପତ୍ନୀ ଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ସଲିଆସାହି ରେ ନିଜ ଭଉଣୀ ଙ୍କ ଘରେ ରହୁଥିଲେ ଏବଂ ଯିବା ସମୟରେ ୨ୟ ପତ୍ନୀ ଙ୍କ ଗହଣା ଗଣ୍ଠି ଓ ସ୍କୁଟି ଧରି ପଳାଇ ଯାଇଥିଲେ I ବର୍ତମାନ ୩ ଜଣ ସ୍ତ୍ରୀ ମିଶି ଗୋଟିଏ ସ୍ୱାମୀ କୁ ଧରି ଥାନାରେ ହାଜର ହୋଇଛନ୍ତି I
ତେବେ ଥାନାରେ ଧୂର୍ତ୍ତ ଆଲୋକ ଜେନା ତାର କେବଳ ଗୋଟିଏ ସ୍ତ୍ରୀ ଅଛି ବୋଲି କହିବା ସହ ଅନ୍ୟ ଦୁଇ ମହିଳାଙ୍କୁ ବିବାହ କରିଥିବା କଥା ଅସ୍ବୀକାର କରିଛି I ତିନି ପତ୍ନୀଙ୍କ ସ୍ୱାମୀ ଜଣକ ବର୍ତ୍ତମାନ ଥାନାରେ ଅଛନ୍ତି I

Comments (0)
Add Comment