‘ମୋ ବସ୍’ର ଦୁଇଟି ଡିପୋକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ :ଆଗାମୀ ଦିନରେ ଆଉ ୧୦୦ ‘ମୋ ବସ୍’

ଷ୍ଟେଟ-ଅଫ-ଦି-ଆର୍ଟ ‘ମୋ ବସ୍’ ଡିପୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ଉଦଘାଟନ କରିଛନ୍ତି ।ଭୁବନେଶ୍ୱରରେ ‘ମୋ ବସ୍’ ପାଇଁ ଦୁଇଟି ଅତ୍ୟାଧୁନିକ ଡିପୋ କରାଯାଇଛି ।ଦୁଇଟି ଡିପୋ ମଧ୍ୟରୁ ଗୋଟିଏ ପଟିଆରେ ରହିଥିବା ବେଳେ, ଅନ୍ୟଟି ଭଗବାନପୁର ନିକଟରେ କରାଯାଇଛି । ଏହି ଡିପୋ ରେ ୧୨୫ଟି ଵସ ରହିବାର ସୁବିଧା ରହିଛି । ଏହାସହିତ ରେଷ୍ଟ ରୁମ, ଫୁଏଲ ଷ୍ଟେସନ, ସର୍ଭିସିଂ ଷ୍ଟେସନ, ୱାର୍କସପ ବିଲଡିଂ, ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ସୁଦୀର୍ଘ ୱାର୍ଡ, ସମ୍ପୂର୍ଣ୍ଣ ଅଫିସ, ମୋ ଵସର ମୁଖ୍ୟ କାର୍ଯ୍ୟଳୟ ଭଳି ଅନେକ ସୁବିଧା ଏହି ଡିପୋରେ ରହିପାରିବ ।
୨ବର୍ଷ ତଳୁ ଏହି ଦୁଇଟି ଡିପୋର କାମ ଆରମ୍ଭ ହୋଇଥିଲା ଆଗାମୀ ଦିନରେ ଆଉ ୧୦୦ ‘ମୋ ବସ୍’ ଯୋଡ଼ା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି । ଏଥିସହ ଏଠାରେ ବସ୍ ଗୁଡ଼ିକୁ ମେସିନ୍ ଜରିଆରେ ପରିଷ୍କାର କରାଯାଇ ପାରିବ । ଅଳ୍ପ ସମୟରେ ବସ୍ ଗୁଡ଼ିକୁ କିପରି ଭଲଭାବରେ ସଫା କରାଯାଇପାରିବ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଖୁବଶୀଘ୍ର ଇ-ରିକ୍ସା ମଧ୍ୟ ଲୋକଙ୍କ ସେବାରେ ଲାଗିବ ବୋଲି କହିଛନ୍ତି । ଇ – ରିକ୍ସାରେ ଚାଳକ ଭାବରେ କିନ୍ନର ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ । ଉଭୟ ଡ଼ିପୋର ନିର୍ମାଣରେ ପ୍ରାୟ ୩୬ କୋଟି ଟଙ୍କା ବ୍ୟୟ କରାଯାଉଛି ।

Comments (0)
Add Comment