ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ , ୬ ଆହତ

ପଂଚାୟତ ନିର୍ବାଚନ ପ୍ରଚାର ସମୟରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଇ ଘଟଣା ଘଟିଛି ପଟାମୁଣ୍ଡାଇଠାନେ ଅନ୍ତର୍ଗତ ରାଜନଗର ଅଂଚଳରେ ରେ ରାଜନୈତିକ ହିଂସା। ନିର୍ବାଚନ ମୈଦାନ ରେ ବିଜେଡି-କଂଗ୍ରେସ ଉଭୟ ଗୋଷ୍ଠୀର ସମର୍ଥକ ମୁହାଁମୁହିଁ ଉଭୟ ଗୋଷ୍ଠୀରୁ ୬ ଜଣ ଆହତ । ଅଭିଯୋଗ ମୁତାବକ ରାଜନଗର ବ୍ଲକ ଚାନ୍ଦିବାଉଁଶ ମୂଳ ପଂଚାୟତ ବାହାରଗଡ଼ ଗାଁର ସନ୍ତୋଷ କୁମାର ମହାକୁଡ ଗାଁ ଦାଣ୍ଡରେ ଯାଉଥିବା ବେଳେ ସେହି ଗାଁର କିଛି ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଉପରେ ଆକ୍ରମଣ କରିଥିଲେ । ସନ୍ତୋଷଙ୍କ କହିବା କଥା ମୁଁ ବିଜେଡିର ଜଣେ କର୍ମୀ ହୋଇଥିବାରୁ କଂଗ୍ରେସ କର୍ମୀମାନେ ମିଳିମିଶି ମୋ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଗୋଷ୍ଠୀ ସଂଘର୍ଷରେ ମୋଟ ୬ ଜଣ ଆହତ ହୋଇଥିବା ବେଳେ ୨ଜଣଙ୍କୁ କେନ୍ଦ୍ରାପଡ଼ା ଜିଲ୍ଳାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Comments (0)
Add Comment