ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା, ୩୧ ମୃତ

ନୂଆଦିଲ୍ଲୀ: ତାମିଲ୍ ସୁପରଷ୍ଟାର ଥଲାପତି ବିଜୟଙ୍କ ରାଜନୌତିକ ରାଲିରେ ଦଳଚକଟା ପରିସ୍ଥିତି ଉତ୍ପନ୍ନ ହୋଇ ୩୧ଜଣ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟାରେ ତାମିଲନାଡୁର କରୁର ଠାରେ ଆୟୋଜିତ ବିଜୟଙ୍କ ରାଲିରେ ଲକ୍ଷ ଲକ୍ଷ ସଂଖ୍ୟ ଲୋକ ରୁଣ୍ଡ ହୋଇଥିବା ବେଳେ ଏପ୍ରକାର ଅଘଟଣ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍‌ଏ ସୁବ୍ରମଣ୍ୟମ୍ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୧୬ ଜଣ ମହିଳା, ୯ଜଣ ପୁରୁଷ ଏବଂ ୬ ଶିଶୁ ସାମିଲ ରହିଛନ୍ତି। ସେହିପରି ଏହି ଦୁର୍ଘଟଣାରେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି କିଛି ଲୋକଙ୍କ ନିଖୋଜ ରିପୋର୍ଟ ହୋଇଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ରିପୋର୍ଟ ଅନୁଯାୟୀ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଦଳ ତାମିଲଗା ଭେଟ୍ଟି କାଝାଗମ୍ (ଟିଭିକେ) ପକ୍ଷରୁ ସନ୍ଧ୍ୟାରେ କରୁର ଠାରେ ଏକ ରାଲି ଆୟୋଜନ କରାଯାଇଥିଲା। ତେବେ ବିଜୟଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ଭାଷଣ ଶୁଣିବା ପାଇଁ ବହୁ ସଂଖ୍ୟକ ଲୋକ ଏଠାରେ ଏକାଠି ହୋଇଥିଲେ। ବିଜୟ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ଜଣେ ୯ ବର୍ଷୀୟ ଝିଅ ନିଖୋଜ ହୋଇଯାଇଥିବାର ଖବର ତାଙ୍କ ପାଖରେ ପହଞ୍ôଚଥିଲା। ନିଖୋଜ ଝିଅକୁ ଖୋଜିବାକୁୂ ଏବଂ ତାଙ୍କ ପରିବାରରକୁ ସହାୟତା କରିବାକୁ ବିଜୟ ପୁଲିସ୍ ଏବଂ ତାଙ୍କ ସମର୍ଥକମାନଙ୍କୁ ଅନୁରୋଧ କରିଥିଲେ। ଏହାପରେ ଲୋକଙ୍କ ମଧ୍ୟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼ରେ ଫସି ରହିବା ଯୋଗୁଁ ଅନେକ ଲୋକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଏବଂ ଅନେକ ଲୋକ ଏବଂ କର୍ମୀ ଅଚେତ ହେବାକୁ ଲାଗିଲେ। ପରିସ୍ଥିତି ଖରାପ ହେଉଥିବା ଦେଖି ବିଜୟ ତାଙ୍କ ଭାଷଣ ବନ୍ଦ କରି ଶାନ୍ତ ରହିବା ପାଇଁ ଅପିଲ୍ କରିଥିଲେ। ଦଳାଚକଟାରେ ଅଚେତ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ କିଛିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Clashes at Vijay's election rally