ନୂଆଦିଲ୍ଲୀ: ଆରଟିଆଇ କର୍ମୀ ଅମିତ ତିବାରୀ ଅଭିଜିତ ଦୀପକେଙ୍କ ପରିବାରର ଆୟ ଏବଂ ଖର୍ଚ୍ଚକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିଜିତଙ୍କ ପିତା ଭଗବାନରାଓ ଦୀପକେ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍ (MIDC) ରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ ଏବଂ ଚାକିରି କାଳରେ ତାଙ୍କର ମାସିକ ଦରମା ପ୍ରାୟ ୬୦,୦୦୦ ରୁ ୬୫,୦୦୦ ଟଙ୍କା ଥିଲା। ଯଦି ଆୟ ଏତେ ସୀମିତ ଥିଲା, ତେବେ ସେମାନେ ନିଜ ସନ୍ତାନମାନଙ୍କୁ ଆମେରିକାରେ ପାଠ ପଢ଼ାଇବା ପାଇଁ ଏତେ ବଡ଼ ପରିମାଣର ଅର୍ଥ କିପରି ଖର୍ଚ୍ଚ କଲେ ବୋଲି ଅମିତ ପ୍ରଶ୍ନ କରିଛନ୍ତି। ଏହାସହ ରାଜ୍ୟସଭା ସାଂସଦ କପିଲ ସିବଲଙ୍କ ଦ୍ୱାରା CJP କୁ ପ୍ରଦାନ କରାଯାଇଥିବା ୧ କୋଟି ଟଙ୍କାର ପାଣ୍ଠି ଏବଂ ଦଳର ଆଇନଗତ ମାନ୍ୟତାକୁ ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି। CJP ର ଆଇନଗତ ସ୍ଥିତି ଏବଂ ପଞ୍ଜୀକରଣକୁ ନେଇ ଇସିଆଇରେ ଅଭିଯୋଗ କରାଯାଇଛି। ସାଂସଦ କପିଲ ସିବଲଙ୍କ ଦ୍ୱାରା ଦିଆଯାଇଥିବା ୧ କୋଟି ଟଙ୍କାର ପାଣ୍ଠି ଉପରେ ୧୮ ପ୍ରତିଶତ ଜିଏସ୍ଟି (GST) ଲଗାଯିବା ପାଇଁ ଦାବି କରାଯାଇଛି।