ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ସଂଯୋଜକ ଜାହିର ଖାନଙ୍କ ବିରୋଧରେ ସିଆରସିସି ଓ ବିଇଓଙ୍କର ମିଥ୍ୟା FIR ସମ୍ବନ୍ଧରେ ଆଜିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ମନୱର ଅଲ୍ଲୀ ଏବଂ ପ୍ରତିଷ୍ଠାତା ଅକ୍ଷୟ କୁମାର ବିଇଓ ଦେଇଥିବା FIRକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି।
ଭଦ୍ରକର ଜାହିର ଖାନ ଓ ସାବିର ଖାନ ଦୁଇ ଯୁବଛାତ୍ର ସଂଗଠନ ନେତୃତ୍ୱ ସ୍କୁଲ ସୁଧାର ଅଭିଯାନ ନାମରେ ଏକ ଲିଫଲେଟ୍ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ଭୁଲ୍ ବହିକୁ ଫେରସ୍ତ କରିବା ଏବଂ ନୂଆ ବହି ଦେବା ପାଇଁ ଦାବି କରାଯାଇଥିଲା। କିନ୍ତୁ ସରକାରୀ ସ୍ତରରେ ଷଡ଼ଯନ୍ତ୍ର କରାଯାଇ ୨ ନେତୃତ୍ୱଙ୍କ ନାଁରେ ଶ୍ରୀ ନୀଳାମ୍ବର ପ୍ରାଣିଗ୍ରାହୀ ସିଆରସିସି ଏକ ମିଥ୍ୟା ଓ ଭିତ୍ତିହୀନ FIR ୩ଟି ଥାନାରେ- ଭଦ୍ରକ ଟାଉନ୍, ରୁରାଲ ଥାନା ଓ ପୁରୁଣା ଥାନାରେ ଗତ ୭ ତାରିଖରେ FIR ଦେଇଥିଲେ। ଯେଉଁଥିରେ ଏହି ୨ ନେତୃତ୍ୱଙ୍କୁ ଆଇନଗତ ଭାବେ ଫସାଇବା ସହିତ ସାମାଜିକ ସମ୍ମାନ ଓ ମର୍ଯ୍ୟାଦାରେ କ୍ଷତି ପହଞ୍ଚାଇବା ପାଇଁ ଏବଂ ସାମ୍ପ୍ରଦାୟିକ ଦଙ୍ଗାକାରୀ ଭାବେ ଚିତ୍ରଣ କରାଯାଇଛି। ଯାହା ସବୁଠାରୁ ବଡ଼ କ୍ଷୋଭ ଓ ଦୁଃଖର ବିଷୟ। ସେମାନଙ୍କ ଉଦ୍ଦେଶ୍ୟ ପାଠ୍ୟ ପୁସ୍ତକରେ ଥିବା ତ୍ରୁଟିକୁ ସୁଧାର କରି ନୂଆ ବହି ଦିଆଯାଉ। ସେମାନେ କୌଣସି ବ୍ୟକ୍ତି ଓ ଶିକ୍ଷକଙ୍କୁ ଧମକ ଦେଇ ନାହାନ୍ତି କିମ୍ବା କୌଣସି ସାମ୍ପ୍ରଦାୟିକ ଉତ୍ତେଜନା କରିବା ପାଇଁ ଚେଷ୍ଟା କରିନାହାନ୍ତି କିମ୍ବା ସ୍କୁଲର ଶାନ୍ତି ନଷ୍ଟ କରିବା ପାଇଁ ସେମାନଙ୍କର କୌଣସି ଉଦ୍ଦେଶ୍ୟ ନାହିଁ।
ସରକାରର ଇଙ୍ଗିତରେ କରାଯାଉଥିବା ଏଭଳି ଘୃଣିତ FIR ଶିକ୍ଷା ବିଭାଗ ଅଧିକାରୀ ଦ୍ୱାରା ଦିଆଯିବାକୁ ନବନିର୍ମାଣ ଯୁବଛାତ୍ର ସଂଗଠନ ଓ କୃଷକ ସଂଗଠନ ଏହାକୁ ଦୃଢ଼ ନିନ୍ଦା କରୁଛି। ଏହାର ସଠିକ୍ ଅନୁସନ୍ଧାନ କରି ସିଆରସିସି ଓ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛୁ।
ଆଜି ଅନଶନସ୍ଥଳତେ ବରିଷ୍ଠ କୃଷକ ନେତୃମଣ୍ଡଳୀ, ଦେବେନ୍ଦ୍ର କୁମାର ପଣ୍ଡା, ବସନ୍ତ ପରିଡ଼ା, ଦାମୋଦର ନାୟକ, ଅଶୋକ ଶାନ୍ତି, ଚୌଧୁରୀ ଜେନା, ରମେଶ ରାଉତ, ରଙ୍ଗାଧର ଦାସ, ସୁବାସ ଚନ୍ଦ୍ର ଖଣ୍ଡେଇ, ଅଜୟ ରାଉତ, ଭଦ୍ରକ ଜିଲ୍ଲାର ବରିଷ୍ଠ କୃଷକ ନେତା ତ୍ରିଲୋଚନ ପଣ୍ଡା, ରବୀନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ଆଇନଜୀବୀ ଜ୍ଞାନ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ଆଗାମୀ ଦିନର ରଣନୀତି ନେଇ ଆଲୋଚନା କରିଥିଲେ।