ବ୍ରହ୍ମପୁର: ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗଞ୍ଜାମ ଲକ୍ଷ୍ୟ ନିକତେନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲାର ଯୁବକ ଓ ଯୁବତୀଙ୍କୁ ୟୁପିଏସସି ଓ ଓପିଏସସି ଭଳି ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଟିପ୍ସ ଓ କୋଚିଂ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଇଏଏସ ଓ ଆଇଏଏସ ଅଫିସରମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆଇଏଏସ ଅଫିସର ତଥା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆଇପିଏସ ଅଫିସର ତଥା ଦକ୍ଷିଣାଞ୍ଚଳ ଆଇ.ଜି ନୀତି ଶେଖର, ବ୍ରହ୍ମପୁର ଏସପି ଶ୍ରବଣା ବିବେକ. ଏମ ପ୍ରମୁଖ ଉପସ୍ଥିତ ରହି ଅନଲାଇନ ମାଧ୍ୟମରେ ପିଲାଙ୍କୁ ସାକ୍ଷାତକାର ଶୈଳୀ, ପରୀକ୍ଷା ପଦ୍ଧତି ଭଳି ଅନେକ ଟିପ୍ସ ଏବଂ କୌଶଳ କୋଚିଂ ଦେଇଥିଲେ। ପୂର୍ବରୁ ୪ ଜଣ ଆଗ୍ରହୀ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଆଜି ୫ ଜଣ ଛାତ୍ରଛାତ୍ରୀ ଦେଇଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ ଆଶାୟୀ ପରୀକ୍ଷାର୍ଥୀ ଯୋଗ ଦେବା ନେଇ ଆଶା ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ଆଗାମୀ ଦିନରେ ଅଫ ଲାଇନରେ କୋଚିଂ ଦେବା ଲକ୍ଷ୍ୟ ରଖା ଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।