ଭୁବନେଶ୍ୱର : ଶ୍ରମ କୋଡ଼ ପ୍ରତ୍ୟହାର, ଏମ ଏମ ଡ଼ି ଆର ଆଇନ ରଦ୍ଦ । ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା, ସ୍କିମ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଓ ସାମାଜିକ ସୁରକ୍ଷା, ଦରବୃଦ୍ଧି ନିୟନ୍ତ୍ରଣ ଆଦି ଦାବିରେ ୨୪ ଓ ୨୫ ସେପ୍ଟେମ୍ବର ଦୁଇ ଦିନ ଧରି ବିଧାନସଭା ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ୱେ ହଜାର ହଜାର ଶ୍ରମିକଙ୍କ ସୁଶୋଭିତ ପଟୁଆର ମାଷ୍ଟର କ୍ୟାଣ୍ଟିନରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲା । ଲୋୱେର ପି ଏମ ଜି ଠାରେ ଧାରଣା ଆରଂଭ ହୋଇଥିଲା. ଅନୁଷ୍ଠିତ ସଭାରେ ସି ଆଇ ଟି ୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ସଭାପତିତ୍ୱ କରିଥିଲେ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଅଦାନୀ ଅମ୍ବାନୀ ଆଦି କର୍ପୋରେଟ କଂପାନୀ ମାନଙ୍କ ସ୍ୱାର୍ଥରେ ସମସ୍ତ ନୀତି ନେଉଥିବା ବେଳେ ଶ୍ରମିକ କର୍ମଚାରୀ ମାନଙ୍କ ଉପରେ ଆକ୍ରମଣ ଚଳାଇଛନ୍ତି । ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ ପାଇଁ ସେ ଆହ୍ୱାନ ଦେଇଥିଲେ । ସି.ଆଇ ଟି ୟୁ ରାଜ୍ୟ ସାଧାରଣ ସମ୍ପାଦକ ଉଲ୍ଲାସ ସ୍ୱାଇଁ ଶ୍ରମ କୋଡ଼ କାର୍ଯ୍ୟକାରି ହେଲା । ଫଳରେ 8 ଘଣ୍ଟା ବଦଳରେ ୧୨ ଘଣ୍ଟା କାର୍ଯ୍ୟ ଦାବି କଲେ, ମାଲିକ ମାନେ ଛଟେଇ କରିବା, ଠିକାକରଣ ଆଦି ଚାଲିଛି । ଏହା ବିରୋଧରେ ଶ୍ରମିକ ମାନଙ୍କ ଏକତାକୁ ଦୃଢ କରିବାକୁ ଡାକରା ଦେଇଥିଲେ । ଆସନ୍ତା କାଲି ୨୫ ସେପ୍ଟେମ୍ବର ମଧ୍ୟ ଧାରଣା କାର୍ଯ୍ୟକ୍ରମ ଜାରି ରହିବାକୁ ଘୋଷଣା କରାଯାଇଛି । ରମେଶ ଜେନା ରାଜ୍ୟ ସମ୍ପାଦକ ମହାଶୟା/ମହାଶୟ ଆପଣଙ୍କ ଦୈନିକରେ ସଦୟ ପ୍ରକାଶନ ପାଇଁ ଅନୁରୋଧ ।