ଦୀପାବଳିରେ ଚମକୁଛି ଚାଇନା ଏଲଇଡି

ନୂଆଦିଲ୍ଲୀ: ସୋମବାର ଦେଶବ୍ୟାପୀ ପବିତ୍ର ଦୀପାବଳୀ ପର୍ବ ପାଳିତ ହେବାକୁ ଯାଉଛି । ଆଲୋକର ପର୍ବ ହୋଇଥିବାରୁ ଏହି ଅବସରରେ ଅଧିକାଂଶ ଭାରତୀୟ ସେମାନଙ୍କ ଘରେ ପ୍ରଦୀପ ପ୍ରଜ୍ଜ୍ୱଳିତ କରିଥାନ୍ତି । ତେବେ ବିଗତ କିଛିବର୍ଷ ହେଲା ଏହି ଧାରାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପରମ୍ପରାକୁ ସମ୍ମାନ ଜଣାଇ ଗୃହ ସମ୍ମୁଖଭାଗରେ ପ୍ରଦୀପ ପ୍ରଜ୍ଜ୍ୱଳିତ କରାଯାଉଥିବାବେଳେ ଭାରତୀୟମାନେ ସେମାନଙ୍କ ଘରକୁ ଚାଇନା ନିର୍ମିତ ଏଲଇଡିରେ ସଜାଇବାକୁ ଅଧିକ ପସନ୍ଦ କରୁଛନ୍ତି । ସ୍ୱଳ୍ପ ଖର୍ଚ୍ଚରେ ଏହା ବେଶ ଆକର୍ଷଣୀୟ ଲାଗୁଥିବାବେଳେ ଏହାକୁ କିଛିବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ୨୦୨୦ ଲଦାଖ ସଂଘର୍ଷ ପରେ ଭାରତ-ଚୀନ୍ ବାଣିଜ୍ୟିକ କାରବାର ବାଧାପ୍ରାପ୍ତ ହୋଇଥିବାବେଳେ ଚୀନ୍ ନିର୍ମିତ ଅଧିକାଂଶ ସାମଗ୍ରୀର ଆମଦାନୀ ଉପରେ ଭାରତ କଟକଣା ଲାଗୁ କରିଛି । ଏହାସତ୍ତ୍ୱେ ଭାରତୀୟ ମାର୍କେଟରେ ଚାଇନା ଏଲଇଡିର ବେଶ ଚାହିଦା ରହିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ଦୀପାବଳୀରେ ଘରକୁ ଆଲୋକିତ କରିବାକୁ ଭାରତୀୟମାନେ ୩୨ ବିଲିୟନ ଡଲାରର ଚୀନ୍ ନିର୍ମିତ ଏଲଇଡି ବ୍ୟବହାର କରିଛନ୍ତି ।