ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆଦୃତ ଶିଶୁ ସଦନ ଠାରେ ଶିଶୁ ଦିବସ ପାଳିତ

ଭୁବନେଶ୍ୱର ତା- ୧୪.୧୧.୨୦୨୨ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସ୍ଥାନୀୟ କାଟେଣୀ,ଡେରାସ ସ୍ଥିତ ଆଦୃତ ଶିଶୁ ସଦନ ପରିସରରେ ଶିଶୁ ଦିବସ ପାଳିତ ହୋଇ ଯାଇଅଛି । ଏଥିରେ ଜିଲ୍ଲା ଆଇନ ସେବ। ପ୍ରାଧିକରଣ ସଚିବ, ସୌଦାମିନୀ ସିଂ ଯୋଗ ଦେଇ ଶିଶୁ ଦିବସ ପାଳନର ଲକ୍ଷ୍ୟ , ଉଦ୍ଦେଶ୍ୟ ଓ ଏହାର ଯଥାର୍ଥତାକୁ ପ୍ରତିପାଳନ କରିବା ସହ , ଶିଶୁମାନଙ୍କ ପାଇଁ ଆଇନରେ ଥିବା ବ୍ୟାପକ ବିଧି ବ୍ୟବସ୍ଥା ଓ ଏହାର ସୁଫଳ ସମ୍ପର୍କରେ ସୂଚନା ଦେଇଥିଲେ । ପିଲାମାନଙ୍କୁ ଶିଶୁଦିବସର ବାର୍ତ୍ତା ପ୍ରଦାନ କରିବା ସହ ସେମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବୀ ରାଜକିଶୋର ଦାସ , ବିମଲ କେଶରୀ ଦାସ ଓ ଅଶୋକ କୁମାର ପଣ୍ଡା ଏବଂ ଝୁନୁଲତା ପାଣ୍ଡବ (ଆଦୃତ ଅନୁଷ୍ଠାନ) ପ୍ରମୁଖ ଯୋଗ ଦେଇ ଶିଶୁ ଦିବସରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସଚିବ ସୌଦାମିନୀ ସିଂ ସମାଜରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ଅନୈତିକ ଶିଶୁ ଚାଲାଣ ନିରୋଧ , ଶିଶୁମାନଙ୍କୁ ଉପଯୁକ୍ତ ସ୍ନେହ , ଆଦର,ଯତ୍ନ,ଶିକ୍ଷା,ସ୍ୱାସ୍ଥ୍ୟ ଯୋଗାଇ ଦେଇ ଏକ ଉନ୍ନତ ରାଷ୍ଟ୍ର ଗଠନ ପାଇଁ ଉପସ୍ଥିତ ସମସ୍ତ ଜନସାଧାରଣ ଓ ଅଭିଭାବକମାନଙ୍କୁ ପରାମର୍ଶ ନେଇଥିଲେ । ଯଦି ଜିଲ୍ଲା ଓ କୌଣସି ସ୍ଥାନରେ ଶିଶୁ ଚାଲାଣ , ଶିଶୁ ଶ୍ରମିକ ନିଯୁକ୍ତି କିମ୍ବା ଶିଶୁ ନିର୍ଯ୍ୟାତନା ଅପରାଧ ସପର୍କିତ ଖବର ଜଣାପଡେ, ତେବେ ତୁରନ୍ତ ନିକଟସ୍ଥ ଥାନା , ସି.ଡବ୍ଲୁ.ସି କିମ୍ବା ଶିଶୁ କିଶୋର ନ୍ୟାୟ ପରିଷଦ ନତୁବା ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଆଇନ ସେବା ବିଭାଗଙ୍କ ସହ ତୁରନ୍ତ ଜନସାଧାରଣ ଯୋଗାଯୋଗ କରିବାକୁ କର୍ତ୍ତୁପକ୍ଷ ସୂଚନା ଦେଇଥିଲେ ।