ଖାଇ ସାରିବାପରେ ଚାଲିଗଲେ ପୁଅ,ଝିଅ ଆଇସିୟୁରେ ବାପା-ମା’

ବଡମ୍ବା: ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଚାଲିଯାଇଛି ଦୁଇ ଶିଶୁଙ୍କ ଜୀବନ I ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ମା’ବାପା I ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତର ବୀରବରପୁର ଗ୍ରାମରେ ।

ଗୁରୁବାର ରାତିରେ ଗୋବିନ୍ଦ ପାତ୍ରଙ୍କ ଘରେ ତାଙ୍କ ସ୍ତ୍ରୀ ରୂପା ପାତ୍ର ନିଜ ହାତରେ ତିଆରି କରିଥିବା ଚାଟ,ଘୁଗୁନି ଓ ଭାତ ଖାଇ ୨ ପିଲାଙ୍କ ସହିତ ଶୋଇବାକୁ ଗଲେ I ତେବେ ରାତି ଅଧାରେ ହଠାତ ପିଲାମାନଙ୍କ ସହିତ ବାପା’ମା’ଙ୍କର ମଧ୍ୟ ବାନ୍ତି ହୋଇଥିଲା I ଆଜି ସକାଳେ ଏକ ଅଟୋ ଯୋଗେ ସମସ୍ତେ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ I ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳ ୯ଟାରେ ଚାଲିଗଲା ଝିଅ। ପୂର୍ବାହ୍ନ ୧୧ଟାରେ ଚାଲି ଯାଇଛି ପୁଅ। କଟକ ଏସ୍‌ସିବି ରୋଗୀ ଶଯ୍ୟାରେ ଚିକିତ୍ସା ବେଳେ ଦୁହେଁ ଆଖି ବୁଜିଛନ୍ତି। ମୃତ ଭାଇ ଓ ଭଉଣୀ ହେଲେ ରୁଦ୍ର ପାତ୍ର(୧୦ବର୍ଷ) ଏବଂ ରୁଚିକା ପାତ୍ର(୭ବର୍ଷ)।

ସେପଟେ ସେମାନଙ୍କ ମା’ ଘରୋଇ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବାପା ବର୍ତ୍ତମାନ ସୁଦ୍ଧା ଉଭୟ ଙ୍କ ଅବସ୍ଥା ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି I
ବାସି ଖାଦ୍ୟ କିମ୍ବା ଖାଦ୍ୟରେ କୌଣସି ପ୍ରକାର ବିଷ କ୍ରିୟା ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି I

2 CHILDREN DEATHCUTTACKFOOD POISION