ଶିଶୁଙ୍କୁ ଯୌନ ଶୋଷଣ ମାମଲା : ୩ ବର୍ଷ ମଧ୍ୟରେ ୨.୪ ମିଲିୟନରୁ ଅଧିକ କେଶ ରୁଜୁ ହୋଇଛି

ଇଣ୍ଟରପୋଲ ତଥ୍ୟ ଅନୁଯାୟୀ, ୨୦୧୭ ରୁ ୨୦୨୦ ମଧ୍ୟରେ ତିନି ବର୍ଷ ଭିତରେ ଭାରତରେ ୨.୪ ମିଲିୟନରୁ ଅଧିକ ଅନଲାଇନ୍ ଶିଶୁ ଯୌନ ଶୋଷଣ ମାମଲା ରୁଜୁ ହୋଇଥିଲା, ଯେଉଁଥିରୁ ୮୦ ପ୍ରତିଶତ ୧୪ ବର୍ଷରୁ କମ୍ ବାଳିକା ଥିଲେ। ଏହି ଆକଳନକୁ ଦେଖି ସିବିଆଇ ଭାରତରେ ଅନଲାଇନ୍ ଶିଶୁ ଯୌନ ଶୋଷଣ ସାମଗ୍ରୀ (ସିଏସ୍ଏମ୍) ର ଅପରାଧୀଙ୍କ ବିରୋଧରେ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି ଏବଂ ଅନେକ ୱେବସାଇଟ କୁ ତଦାରଖ କରୁଛନ୍ତି କହିଛନ୍ତି।
ରିପୋର୍ଟ ଅନୁଯାୟୀ, ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ୱେବସାଇଟରେ ଶିଶୁ ଅଶ୍ଳୀଳତା ଉପରେ ଅଶ୍ଳୀଳ ସନ୍ଧାନ ୧ .୧୬ ଲକ୍ଷ ଥର କରାଯାଇଥିଲା I ସିବିଆଇ ସେମାନଙ୍କର ଭୂମିକା ଏବଂ ଉତ୍ତରଦାୟିତ୍ୱକୁ ଅନୁଧ୍ୟାନ କରିବା ପାଇଁ ସଂପୃକ୍ତ ଆଇନଗତ ବ୍ୟବସ୍ଥା ଅନୁଯାୟୀ ସୋସିଆଲ ମିଡିଆ ୱେବସାଇଟ୍ ସହିତ ଏହି ମାମଲାକୁ ମଧ୍ୟ ଅନୁଧ୍ୟାନ କରିବା ନେଇ ଯୋଜନା କରିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଇଣ୍ଟରପୋଲର ଆକଳନ ଚିନ୍ତାଜନକ। ଏହାଦ୍ୱାରା ଅନଲାଇନ୍ ଶିଶୁ ଯୌନ ଶୋଷଣର ୨୪ ଲକ୍ଷ ମାମଲା ଚିହ୍ନଟ ହୋଇଛି ଯେଉଁଥିରେ ୮୦ ପ୍ରତିଶତ ନାବାଳିକା ଅଛନ୍ତି” I
ସିବିଆଇ ଏଇଭଳି ୫୦ ଟି ଅନଲାଇନ୍ ସୋସିଆଲ୍ ମିଡିଆ ଗୋଷ୍ଠୀ ଉପରେ ଧ୍ୟାନ ଦେଇଥିଲା ଯେଉଁଥିରେ ସାରା ବିଶ୍ୱରୁ ୫୦୦୦ ଲୋକ CSAM ଅଂଶୀଦାର ଅଛନ୍ତି | ଏହି ଗୋଷ୍ଠୀରେ ପାକିସ୍ତାନର ୩୬ ଜଣ ସଦସ୍ୟ, କାନାଡାରୁ ୩୫ ଜଣ, ଆମେରିକାର ୩୫ ଜଣ, ବାଂଲାଦେଶର ୩୧ ଜଣ, ଶ୍ରୀଲଙ୍କାର ୩୦ ଜଣ, ନାଇଜେରିଆର ୨୮ ଜଣ, ଆଜେରବାଇଜାନର ୨୭ ଜଣ, ୟେମେନର ୨୪ ଜଣ ଏବଂ ମାଲେସିଆର ୨୨ ଜଣ ସଦସ୍ୟ ଅଛନ୍ତି। ସିବିଆଇ ର ଜଣେ ବରିଷ୍ଠ ସିବିଆଇ ଅଧିକାରୀ କହିଛନ୍ତି, ୫ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୌନ ଶୋଷଣ ଭିଡିଓ ସେୟାର କରିଛନ୍ତି। ଆଉ ଅନେକ ଗ୍ରୁପରେ ରହିଛନ୍ତି ବହୁ ସଂଖ୍ୟକ ବିଦେଶୀ ନାଗରିକ। ତେଣୁ “ସିବିଆଇ ଆନୁଷ୍ଠାନିକ ଏବଂ ଅନୌପଚାରିକ ମାଧ୍ୟମ ଉକ୍ତ ସଂଯୋଜକ ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରୁଛି।
ତେବେ କହିର୍ଟଖୁଛୁ କି ନଭେମ୍ବର ୧୪ ରେ ଶିଶୁ ଦିବସ ଅବସରରେ ଏକ ସାମାଜିକ ଏଜେନ୍ସି ଏ ନେଇ ବଡ ଅଭିଯାନ ଆରମ୍ଭ କରି ୮୩ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ନିକଟରେ ମାମଲା ରୁଜୁ କରିଥିଲେ I

Comments (0)
Add Comment