ବିଗତ ୧୦ ବର୍ଷ ମଧ୍ୟ ରେ ଓଡ଼ିଶାରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ଉଦବେଗ ଜନକ

ବିଗତ ୧୦ ବର୍ଷ ମଧ୍ୟ ରେ ଓଡ଼ିଶାରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ଉଦବେଗ ଜନକ ଭାବେ ବଢି ଚାଲିଛି I ୨୦୦୯ରେ ଓଡ଼ିଶାରେ ୮୭ଟି ଶିଶୁ ଯୌନ ନିର୍ଯାତନା ମାମଲା ଥିଲା ,କିନ୍ତୁ ୨୦୧୯ରେ ଏହି ସଂଖ୍ୟା ୧୬୪୮ରେ ପହଞ୍ଚିଛି। ଯେଉଁଥିରେ ୨୩୧ଟି ଶିଶୁ ଦୁଷ୍କର୍ମ ମାମଲା ଓ ପୋକ୍ସୋ ଆଇନ୍‌ ଅଧୀନରେ ୧୪୧୭ଟି ମାମଲା ରୁଜୁ ହୋଇଛି। ଦେଶରେ ୨୦୦୯ରେ ଶିଶୁ ଯୌନ ନିର୍ଯାତନା ମାମଲା ୫୩୬୮ ଥିଲା ବେଳେ ୨୦୧୯ରେ ଏହା ୫ ଗୁଣା ବଢି ୩୧ ହଜାର ୧୩୨ରେ ପହଁଚିଛି । ଶିଶୁ ଯୌନ ଉତ୍ପୀଡ଼ନ ବୃଦ୍ଧିରେ ଓଡ଼ିଶା ଦେଶରେ ଚତୁର୍ଥ। ଗତ ୧୦ ବର୍ଷ ଭିତରେ ରାଜ୍ୟରେ ।ଏଭଳି ମାମଲା ୧୮ ଗୁଣା ବଢ଼ିଛି ୨୦୦୯ରେ ଓଡ଼ିଶାରେ ୮୭ଟି ଶିଶୁ ଯୌନ ନିର୍ଯାତନା ମାମଲା ଥିଲା। ୨୦୧୯ରେ ଏହି ସଂଖ୍ୟା ୧୬୪୮ରେ ପହଞ୍ଚିଛି। ଯେଉଁଥିରେ ୨୩୧ଟି ଶିଶୁ ଦୁଷ୍କର୍ମ ମାମଲା ଓ ପୋକ୍ସୋ ଆଇନ୍‌ ଅଧୀନରେ ୧୪୧୭ଟି ମାମଲା ରୁଜୁ ହୋଇଛି। ଦେଶରେ ୨୦୦୯ରେ ଶିଶୁ ଯୌନ ନିର୍ଯାତନା ମାମଲା ୫୩୬୮ ଥିଲା ବେଳେ ୨୦୧୯ରେ ଏହା ୫ ଗୁଣା ବଢି ୩୧ ହଜାର ୧୩୨ରେ ପହଁଚିଛି। ଏହାର ଅର୍ଥ ଜାତୀୟ ହାରଠାରୁ ରାଜ୍ୟରେ ଶିଶୁ ଯୌନ ନିର୍ଯାତନା ମାମଲା ବୃଦ୍ଧି ହାର ଢେର ଅଧିକ। ଲୋକସଭାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଲିଖିତ ଉତ୍ତରରୁ ଓଡ଼ିଶାର ଏପରି ବିକଳ ଚିତ୍ର ସାମ୍ନାକୁ ଆସିଛି।ଶିଶୁ ଅଧିକାର ସୁରକ୍ଷା କର୍ମୀଙ୍କ ମତରେ, ମୋବାଇଲ, ଟେଲିଭିଜନ, ଇଣ୍ଟରନେଟ୍‌ ବହୁଳ ବ୍ୟବହାର ଶିଶୁ ଯୌନ ଉତ୍ପୀଡ଼ନ ବୃଦ୍ଧିର ମୁଖ୍ୟ କାରଣ। ଅଭିଭାବକ ଓ ପୁଲିସ୍‌ର ଦାୟିତ୍ୱହୀନତା ମଧ୍ୟ ଏଥିପାଇଁ କିଛି ପରିମାଣରେ ଦାୟୀ।
ରାଜ୍ୟରେ ଶିଶୁ ଯୌନ ଉତ୍ପୀଡ଼ନ ବୃଦ୍ଧିକୁ ନେଇ ଚିନ୍ତା ବଢିଥିବା ବେଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ପୋକ୍ସୋ ଆଇନ ଆସିବା ପରେ ସଚେତନତା ବଢ଼ିଛି। ତେଣୁ ଅଧିକ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ଦାଖଲ ହେଉଛି। କିଭଳି ପୋକ୍ସୋ କୋର୍ଟରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲାର ତୁରନ୍ତ ସମାଧାନ କରାଯିବ ଓ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯିବା ସହ ଦୋଷୀ ଦଣ୍ଡିତ ହେବେ, ସେ ଦିଗରେ କମିଶନ କାମ କରୁଛି। ମହିଳା ଥାନା ଭଳି ଶିଶୁଙ୍କ ଲାଗି ସ୍ୱତନ୍ତ୍ର ଶିଶୁ ଥାନା ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି।

Comments (0)
Add Comment