ଶିଶୁ ଅଦଳବଦଳ ମାମଲା ; ହେବ ଡିଏନଏ ଟେଷ୍ଟ

ଭୁବନେଶ୍ୱର : କ୍ୟାପିଟାଲ ହସପିଟାଲରେ ଶିଶୁ ଅଦଳ ବଦଳ ଘଟଣା। ଆଜି ଅଭିଯୋଗକାରୀ ପ୍ରାଣକୃଷ୍ଣ, ତାଙ୍କ ପତ୍ନୀ ଓ ଶିଶୁଙ୍କ ଡିଏନଏ ଟେଷ୍ଟ ହୋଇପାରେ । ଏନେଇ ଭୁବନେଶ୍ୱର ଏସଡିଜେଏମ୍  କୋର୍ଟଙ୍କ ଅନୁମତି ପାଇଁ କ୍ୟାପିଟାଲ ଥାନା ପକ୍ଷରୁ  ଆବେଦନ କରାଯିବ। ଟେଷ୍ଟ କରାଯିବା ପରେ ଏହାକୁ ଆଇଏଲଏସ୍ କୁ ପଠାଯିବ  । ସୂଚନା ମୂତାବକ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା ।  ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ।

୨୬ ତାରିଖ ଦିନ ପ୍ରାଣକୃଷ୍ଣ ବିଶ୍ବାଳଙ୍କର ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରସବ ହେବା ପରେ ପ୍ରାଣକୃଷ୍ଣଙ୍କୁ ଝିଅ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା । ହେଲେ ତାଙ୍କୁ ଝିଅ ଦିଆଯାଇଥିଲା ।  ଏ ନେଇ ପ୍ରାଣକୃଷ୍ଣ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ଗାଇନିଂ ୱାର୍ଡ ର ଜଣେ ଆଟେଣ୍ଡାଣ୍ଟ ଙ୍କୁ ସସ୍‌ପେଣ୍ଡ କରାଯାଇଥିଲା । ଘଟଣାର ତଦନ୍ତ ସହ ଡିଏନଏ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ କହିଥିଲେ  । ତେଣୁ ଆଜି ଅଭିଯୋଗକାରୀଙ୍କର ଡିଏନଏ ଟେଷ୍ଟ ହୋଇପାରେ ବୋଲି ସୂଚନା ମିଳିଛି ।