ଆମ ଦେଶର ଅନେକ ରାଜ୍ୟରେ ସପେଟା ଚାଷ କରାଯାଏ । ଆମ ଦେଶରେ ଏହା ଫଳ ହିସାବରେ ଚାଷ କରାଯାଇଥାଏ । କିନ୍ତୁ ଅନ୍ୟାନ୍ୟ ଦେଶରେ ସପେଟା ଗଛର କ୍ଷୀରକୁ ବିକ୍ରି କରାଯାଏ । ଏହି କ୍ଷୀରରୁ ପ୍ରସ୍ତୁତ ଗୁଟା ପର୍ଚ୍ଚାହ ନାମକ ପଦାର୍ଥ ଚୁଇଁଗମ ପ୍ରସ୍ତୁତିରେ ବ୍ୟବହୃତ ହୋଇଥଶଏ । ଏହି ଗଛ ପ୍ରଥମେ ଆମେରିକାରେ ଜନ୍ ମନେଇଛି ବୋଲି ଅନୁମାନ କରାଯାଏ । ଏହାକୁ କେତେକ ସ୍ଥାନରେ ଚିକୁ ବୋଲି ମଧ୍ୟ କୁହାଯାଇଥାଏ । ଆ ରାଜ୍ୟରେ ୩ ହଜାର ହେକ୍ଟରରୁ ଅଧିକ ଜମିରେ ସପେଟା ଚାଷ କରାଯାଇଥାଏ ।
ଉଷ୍ଣ ଆର୍ଦ୍ର ଜଳବାୟୁରେ ସପେଟା ଭଲ ହୋଇଥାଏ । ବାୟୁମଣ୍ଡଳର ଉତ୍ତାପ ୧୧ରୁ ୩୪ ଡିଗ୍ରୀ ସେଲ୍ସିଅସ୍ ମଧ୍ୟରେ ରହିଲେ ଏହା ଭଲ ହୋଇଥଶଏ । ସମୁଦ୍ର ପତ୍ତନଠାରୁ ଆରମ୍ଭ କରି ୫୦୦ ମିଟର ପର୍ଯ୍ୟନ୍ତ ଉଚ୍ଚତା ମଧ୍ୟରେ ଏହା ଭଲ ଅମଳ ଦେଇଥାଏ ।
ବିଭିନ୍ନ ପ୍ରକାରର ମାଟିରେ ସପେଟା ଚାଷ କରାଯାଇପାରିବ । ତେବେ ନିଗିଡ଼ା ଦୋରସା ଜମିରେ ଏହା ଭଲ ହୁଏ । ପାଣି ଜମି ରହିଲେ ଗଛ ବଢ଼ିବାରେ ଅସୁବିଧା ହୋଇଥାଏ ।
ଭଲ ଅମଳ ପାଇବା ପାଇଁ ସପେଟାର ଉନ୍ନତ କିସମମାନ ଚାଷ କରାଯାଇପାରେ । ସେସବୁ ହେଲା – କ୍ରିକେଟ ବଲ, କାଳିପଟି, କିର୍ତ୍ତିବାର୍ଥି, ଦ୍ୱାରପୁଡ଼ି, ପିକେଏମ୍-୧, ପାଲ, କଲିକତା ସ୍ପେସାଲ୍ ଇତ୍ୟାଦି । ଯୋଡ଼ି କଲମୀ ଦ୍ୱାରା ସପେଟାର ବଂଶ ବିସ୍ତାର କରାଯାଇଥାଏ । କ୍ଷୀରକୋଳି ଗଛର ମୂଳ ଡାଳ ଉପରେ ସପେଟା କଲମୀ କରାଯାଏ ।
ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ୭ ମିଟର ବ୍ୟବଧାନ ରଖି ସପେଟା ଲଗାଯାଏ । ଏହି ହିସାବରେ ଏକର ପ୍ରତି ୮୨ଟି ଗଛ ରହିପାରିବ । କେତେକ କ୍ଷେତ୍ରରେ ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ଦୂରତା ୧୦ ମିଟର ରଖାଯାଏ । ଏହି ଭାବରେ ଲଗାଇଲେଶ ଏକର ପିଛା ୪୦ଟି ଗଛ ଲାଗିପାରିବ । ଗାତର ଲ୍ୱ, ଓସାର ଓ ଗଭୀରତା ୭୫ ସେଣ୍ଟିିଟର ହୋଇଥିବା ଦରକାର ।
ସପେଣା ଫସଲରେ ସାର ପ୍ରୟୋଗ କରିବା ଉଚିତ । ଏକ କୁଇଣ୍ଟାଲ ସପେଟା ଅଳ ପାଇଁ ଗଛ ମାଟିରୁ ପ୍ରାୟ ୧୬୦ ଗ୍ରାମ ଯବକ୍ଷାର, ୬୦ ଗ୍ରାମ ଫସଫରସ ଓ ୨୧୦ ଗ୍ରାମ ପଟାସ ସାର ଗ୍ରହଣ କରିଥାଏ । ଲଗାିବା ବଳେ ଗାତରେ ୫୦ କିଲୋଗ୍ରାମ ସଢ଼ା ଗୋବରଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ଏଥି ସହିତ ଗଛ ପିଛା ୪୫ ଗ୍ରାମ ଯବକ୍ଷାର, ୧୪୫ ଗ୍ରାମ ଫସଫରସ ଓ ୬୦ ଗ୍ରାମ ପଟାସ ଦରକାର ହୋଇଥାଏ । ଏହି ସାର ପାଇବା ପାଇଁ ୧୦୦ ଗ୍ରାମ ୟୁରିଆ, ୯୦୦ ଗ୍ରାମ ସିଙ୍ଗଲ ସୁପର ଫସଫେଯ୍ ଓ ୧୦୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ପ୍ରୟୋଗ କରିବାକୁ ହେବ । ଏହା ବଦଳରେ ୨୩୦ ଗ୍ରାମ ଏନ୍ପିକେ (୧୦-୨୬-୨୬), ୫୦ ଗ୍ରାମ ୟୁରିଆ ଓ ୫୫୦ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ପ୍ରୟୋଗ କରିବାକୁ ପଡ଼ିବ । ଏହି ପରିମାଣର ସାରକୁ ପ୍ରତି ବର୍ଷ ଥରେ ବର୍ଷାଋତୁ ପୂର୍ବରୁ ଓ ଆଉ ଥରେ ବର୍ଷାଋତୁ ପରେ ପ୍ରୟୋଗ କରିବାକୁ ହେବ ।
ବଗିଚାରୁ ଘାସ ବାଛି ସଫା କରିଦେବା ଆବଶ୍ୟକ । ଘାସ ମାରିବା ପାଇଁ ଏକର ପ୍ରତି ୧ କିଲୋଗ୍ରାମ ଆଟ୍ରାଜିନ ପ୍ରୟୋଗ କରାଯାଇପାରିବ । ଘାସମରା ଔଷଧ ବ୍ୟବହାର ବେଳେ ମାଟିରେ ବତର ଥିବା ଆବଶ୍ୟକ । ଦେଖିବା କଥା ଯେମିତି ଔଷଧ ସପେଟା ଗଛ ସଂସ୍ପର୍ଶରେ ନ ଆସେ । ସୁବିଧା ଥିଲେ ଖରାଦିନେ ଓ ଶୀତଦିନେ ୮-୧୦ ଦିନ ଅନ୍ତରରେ ପାଣି ମଡ଼ାଇବା ଉଚିତ । ବର୍ଷାଦିନେ ପାଣି ନିଗିଡ଼ି ଯିବାର ବ୍ୟବସ୍ଥା କରିବା ଦରକାର ।
ଏହି ଗଛରେ କାଣ୍ଡବିନ୍ଧା ପୋକ ଲାଗିବାର ଦେଖାଯାଏ । ପୋକମାନେ କାଣ୍ଡରେ କଣା କରି ଖାଇଥାନ୍ତି ।ଏହାକୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୧.୫ ମିଲିଲିଟର କ୍ୱିନାଲଫସ ବା ରୋଗର ଔଷଧ ମିଶାଇ ସ୍ପ୍ରେ କରିବାକୁ ହେବ । ବେଳେବେଳେ ଏହି ଗଛରେ ପତ୍ରପୋଡ଼ା ରୋଗ ଦେଖାଯାଏ । ଏହି ରୋଗ ହେଲେ ପତ୍ରରେ ଦାଗମାନ ହୋଇଥାଏ । ଏହାକୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୩ ଗ୍ରାମ ଇଣ୍ଡୋଫିଲ ଏମ୍-୪୫ ବା ଡିଥେନ ଜେଡ଼-୭୮ ଔଷଧ ମିଶାଇ ଗଛରେ ପ୍ରୟୋଗ କରିବାକୁ ପଡ଼ିବ ।
ଲଗାଇବାର ୪-୫ ବର୍ଷ ପରେ ଗଛରେ ଫଳ ଆସିଥାଏ । ଗୋଟିଏ ପୂର୍ଣ୍ଣ ଫଳନ୍ତି ଗଛରୁ ପ୍ରାୟ ୨୦୦୦-୨୫୦୦ ଫଳ ମିଳିଥାଏ ।
–