ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା: ପ୍ରସ୍ତୁତି ଚୂଡ଼ାନ୍ତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ପବିତ୍ର ଘୋଷଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗତ ୬ ତାରିଖରେ ପୁରୀଠାରେ ସମୀକ୍ଷା କରିବା ପରେ ଆଜି ପୁଣିଥରେ ସେ ସମସ୍ତ ବିଭାଗର କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ରଥଯାତ୍ରାର ସଫଳ ପରିଚାଳନା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଏବଂ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି। ଭକ୍ତମାନଙ୍କ ପାଇଁ ୧୭୦୦ ବାୟୋ-ଟଏଲେଟ୍ ଏବଂ ୮ଟି ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ/ହସ୍ପିଟାଲ୍ ପ୍ରତିଷ୍ଠା କରାଯାଇଛି। ରଥଯାତ୍ରାର ସିଧାପ୍ରସାରଣ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ୬୫ଟି ଏଲ୍‌ଇଡି ସ୍କ୍ରିନ୍ ଲଗାଯାଇଛି। ମୋବାଇଲ୍ ନେଟୱର୍କ ସେବାକୁ ସୁଦୃଢ଼ କରିବାକୁ ୧” ସ୍ଥାୟୀ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି। ଦିବ୍ୟାଙ୍ଗ ଏବଂ ବୟୋଜ୍ୟେଷ୍ଠ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Chief Minister reviews Rath Yatra: Preparations finalized