ଆଜି ନେତାଜୀଙ୍କ ୧୨୬ତମ ଜୟନ୍ତୀ । ଏହି ଅବସରରେ କଟକରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆଜି ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ପହଞ୍ଚି ସଂଗ୍ରହାଳୟରେ ପତାକା ଉତ୍ତୋଳନ କରିବା ସହ ସଂଗ୍ରହାଳୟ ପରିସର ବୁଲି ଦେଖିଥିଲେ।
ଉଲ୍ଲେଖଯୋଗ୍ୟ, ନେତାଜୀଙ୍କ ଫରୱାର୍ଡ ବ୍ଲକ୍ର ଗୁପ୍ତ ବୈଠକର ମୂକସାକ୍ଷୀ ହେଉଛି ନେତାଜୀ ସଂଗ୍ରହାଳୟ। ରମାବଲ୍ଲଭ ରୋଡ୍ରେ ଥିବା ଜାନକୀନାଥ ଭବନରେ ନେତାଜୀ ସୁଭାଷ ବୋଷଙ୍କର ଅନେକ ସ୍ମୃତି ଜଡ଼ିତ ରହିଛି। ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ କଟକରେ ରହୁଥିବା ବେଳେ ୧୯୧୬ ମସିହାରେ ଶାରଦା ଦେବୀ ରୋଡ୍ରେ ଲିଜ୍ ସୂତ୍ରରେ ୦.୪୩୪ ଏକର ଜମି ପାଇଥିଲେ। ତେଣୁ ଏଠାରେ ମଧ୍ୟ କଟକ ସଦୃଶ ଦୁଇ ମହଲା କୋଠା ନିର୍ମାଣ କରିଥିଲେ। ପୁରୀ ଆସିଲେ ଜାନକୀନାଥଙ୍କ ସମଗ୍ର ପରିବାର ଏଠାରେ ଅବସ୍ଥାନ କରୁଥିଲେ।
୧୯୩୮ରେ ଜାନକୀନାଥ ବୋଷଙ୍କ ମୃତ୍ୟୁ ପରେ ନେତାଜୀଙ୍କ ନାମରେ ଏହା ୧୯୪୬ ମସିହାରେ ପୁଣି ଲିଜ୍ ଦିଆଯାଇଥିଲା। ତେଣୁ ନେତାଜୀ ପୁରୀ ଆସୁଥିବା ବେଳେ ଏହି କୋଠାରେ ଫରୱାର୍ଡ ବ୍ଲକ୍ର ଗୁପ୍ତ ବୈଠକ କରାଉଥିବା ସ୍ବାଧୀନତା ସଂଗ୍ରାମୀମାନେ କହିଥିଲେ। ତେଣୁ ଦେଶର ଏହି ଅଦ୍ବିତୀୟ ବୀର ସନ୍ତାନଙ୍କର ଘରକୁ ସ୍ମୃତିପୀଠ ଭାବେ ଘୋଷଣା କରାଯାଇ ସଂଗ୍ରହାଳୟ କରାଯାଇଛି।