ଭୁବନେଶ୍ୱର: ରାଜ୍ୟକୁ ଅଧିକ ଶିଳ୍ପ ନିବେଶ ଆକର୍ଷିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ଅବସରରେ ସେ ଓଡ଼ିଶା ଫୁଡ୍ ପ୍ରୋସେସିଂ–୨୦୨୬ ଆଣ୍ଡ ଇନ୍ଭେଷ୍ଟର ରୋଡ୍ ଶୋରେ ଯୋଗଦେବା ସହ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ନିବେଶ ସମ୍ଭାବନାକୁ ନେଇ ଆଲୋଚନା କରିବେ। ୭ ଓ ୮ ତାରିଖରେ ଆୟୋଜିତ ବୈଠକରେ ରାଜ୍ୟରେ ଫୁଡ୍ ପ୍ରୋସେସିଂ ଶିଳ୍ପର ସମ୍ପ୍ରସାରଣ, ଆଲୁମିନିୟମ୍ ଆଧାରିତ ଡାଉନଷ୍ଟ୍ରିମ୍ ଶିଳ୍ପର ବିକାଶ ଏବଂ ନୂତନ ପୁଞ୍ଜିନିବେଶର ସୁଯୋଗ ଉପରେ ଗୁରୁତ୍ୱ ଦିଆଯିବ। ବିଶେଷକରି ଡାଉନଷ୍ଟ୍ରିମ୍ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଆକର୍ଷିତ କରିବା ଦିଗରେ ସରକାର ରଣନୀତି ପ୍ରସ୍ତୁତ କରିବେ। ଏହି ରୋଡ୍ ଶୋରେ ଦେଶର ଅଗ୍ରଣୀ ଫୁଡ୍ ପ୍ରୋସେସିଂ କମ୍ପାନୀ ଓ ଶିଳ୍ପ ସଂସ୍ଥାଗୁଡ଼ିକ ସହ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ଶିଳ୍ପ ପରିବେଶ ଓ ନିବେଶ ସୁବିଧା ସମ୍ପର୍କରେ ସେ ନିବେଶକମାନଙ୍କୁ ଅବଗତ କରାଇବେ।