ଏସ ସି ବି ରେ ୯ଟି ଇକମୋ ମେସିନ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ଫୁସଫୁସ,ହୃଦ ରୋଗୀ ଓ କରୋନା ସଂକ୍ରମିତଙ୍କୁ ମାଗଣାରେ ମିଳିବ ସେବା

କରୋନା ର ୨ୟ ଲହର ଅତି ଭୟଙ୍କର ଭାବରେ ଫୁସଫୁସ କୁ ସଂକ୍ରମିତ କରୁଥିଲା I ଏହା ଦ୍ୱାରା ସଠିକ ସମୟ ରେ ଫୁସଫୁସ ପାଇଁ ଉପଯୁକ୍ତ ଚିକିତ୍ସା ହେଇ ପାରୁ ନଥିଲା, ଫଳରେ ବହୁ ମୂଲ୍ୟବାନ ଜୀବନ ଅକାଳରେ ଝରି ଗଲେ I ଫୁସଫୁସ ର ଏହି ଜଟିଳ ଚିକିତ୍ସା ପଦ୍ଧତି ସେତେବେଳେ ଓଦିଶା ରେ ଉପଲବ୍ଧ ହେଇ ପାରିନଥିଲା I ତେଣୁ ରୋଗୀମାନେ ଏୟାରଲିପ୍ଟିଂ ହୋଇ ଇକମୋ ଚିକିତ୍ସା ପାଇଁ ବାହାରକୁ ଯାଉଥିଲେ। ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିଲା। ଆଜି ସେହି ପ୍ରତୀକ୍ଷା ର ଅନ୍ତ ହୋଇଛି ବହୁ ପ୍ରତିକ୍ଷିତ ଇକମୋ ମେସିନ ସେବା ଏସସିବି ମେଡିକାଲରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ ହୋଇଛି Iମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କଟକ ଆସି ହୃଦରୋଗ ଶଲ୍ୟ ବିଭାଗରେ ସ୍ଥାପନ କରାଯାଇଥିବା ମୋଟ ୯ଟି ଇକମୋ ମେସିନ ଉଦଘାଟନ କରିଛନ୍ତି । ପୂର୍ବ ଭାରତର ଇକମୋ ହବ୍ ହେବ କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌। ଆଜି ଏଠାରେ ଇକ୍‌ମୋ ମେସିନ୍‌ର ଉଦ୍‌ଘାଟନ କରିବା ଅବସରରେ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ରାଜ୍ୟ ସରକାର ଏଠାରେ ମାଗଣାରେ ଇକମୋ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଏସସିବି ମେଡିକାଲ ଦେଶର ଦ୍ବିତୀୟ ସରକାରୀ ମେଡିକାଲ ଯେଉଁଠି ମାଗଣାରେ କରୋନା ସଂକ୍ରମିତଙ୍କୁ ଇକ୍‌ମୋ ସେବା ଯୋଗାଇ ଦିଆଯିବ I ଏଥିପାଇଁ ମେଡିକାଲର ଡାକ୍ତର ଓ ନର୍ସଙ୍କ ସହିତ ଅନ୍ୟ ପାରାମେଡିକାଲ୍ କର୍ମଚାରୀ କୋଲକାତା ଯାଇ ତାଲିମ ନେଇଛନ୍ତି।
ଏହା ପୂର୍ବରୁ , ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର ଏମ୍ସରେ ଇକମୋ ମେସିନ କାର୍ଯ୍ୟକ୍ଷମ ହୋଇଥିଲା।

Comments (0)
Add Comment