ମୁଖ୍ୟମନ୍ତ୍ରୀ କୋରାପୁଟ କଫିର ଇ-କମର୍ସ ପ୍ଲାଟଫର୍ମ ଲଞ୍ଚକଲେ:ମିଳିବ ଆନ୍ତର୍ଜାତୀୟ ମାନ୍ୟତା

ମାତ୍ର ଦୁଇବର୍ଷ ମଧ୍ୟରେ କୋରାପୁଟ କଫି ନିଜର ଏକ ପରିଚୟ ସୃଷ୍ଟି କରିପାରିଛି । ଅନ୍ତର୍ଜାତୀୟ କଫି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋରାପୁଟ କଫିର ଇ-କମର୍ସ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି ଇ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋରାପୁଟ କଫିର ଗୁଣବତ୍ତା ବହୁତ ଅଧିକ । ଉତ୍ତମ ଗୁଣବତ୍ତା ଥିବା କଫି ଦେଶରେ ଓ ଦେଶ ବାହାରେ ଏକ ବ୍ରାଣ୍ଡ ଭାବେ ପରିଚିତ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଦିବାସୀ ବିକାଶ ନିଗମକୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର କୋରାପୁଟ ଜିଲ୍ଲାର କଫିକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବ ବୋଲି କହିଛନ୍ତି I

ନବୀନ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କୋରାପୁଟ କଫିର ମାର୍କେଟିଂ ସିଡିସିସିଓଏଲ କରୁଛି । ଏହାଛଡ଼ା କୋରାପୁଟରେ କଫି ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ୩୦୦ ହେକ୍ଟର ଜମି ଅଧିଗ୍ରହଣ କରାଯାଇଥିବା ସେ କହିଛନ୍ତି ।

Comments (0)
Add Comment