ପଟିଆରେ ‘ଓ-ହବ୍’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ବର୍ଷକୁ ୨୦୦ ଓ ୨୦୨୫ ସୁଦ୍ଧା ୫୦୦୦ ନୂଆ ଷ୍ଟାର୍ଟଅପ ସୃଷ୍ଟି ହେବ

ଭୁବନେଶ୍ୱରରେ ଏମଏସଏମଇ ବିଭାଗର ୱାର୍ଲଡ କ୍ଲାସ ଓ-ହବ୍ ଉଦଘାଟିତ । ଓ-ହବ୍, ଷ୍ଟାର୍ଟଅପ ଓଡିଶା ଇନକ୍ୟୁବେସନ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଓ-ହବ ଭୁବନେଶ୍ୱରର ପଟିଆରେ ଅବସ୍ଥିତ ରହିଛି । ଏହା ଉଦ୍ଭାବକ ଓ ବ୍ୟବସାୟୀଙ୍କ ପାଇଁ ଏକ ବଡ ପ୍ଲାଟଫର୍ମ ମଧ୍ୟ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ ଦେଇ କହିଛନ୍ତି, ଓ-ହବ ମାଧ୍ୟମରେ ପ୍ରତିବର୍ଷ ୨୦୦ ନୂଆ ଷ୍ଟାର୍ଟଅପ ସୃଷ୍ଟି ହେବ । ୨୦୨୫ ସୁଦ୍ଧା ହେବ ୫ ହଜାର ନୂଆ ଷ୍ଟାର୍ଟଅପ୍ । ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ନୂଆ ଷ୍ଟାର୍ଟଅପ ପଲିସି ।

Comments (0)
Add Comment