ସୁଆଣ୍ଡୋ ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଐତିହାସିକ ଗାଁର ରୂପ ନେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ । ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ଗ୍ରାମକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଗୋପବନ୍ଧୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି ।

ଆଜି ସକାଳେ ୫ଟ ସଚିବ କେ.ପାଣ୍ଡିଆନଙ୍କ ସହ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଯାଇଥିଲେ । ପ୍ରଥମେ ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଷଠିଘର ବୁଲିଥିଲେ। ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ପ୍ରାୟ ୨୫ କୋଟି ଟଙ୍କାର ଟଙ୍କା ବ୍ୟୟରେ ଗାଁର ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ସରକାର । ଏହା ଭିତରେ ଗାଁ ମୁଣ୍ଡ ଶିବ ମନ୍ଦିର, ପୈତୃକ ବାସଗୃହ, ଷଠିଘର ନିର୍ମାଣ ଦୁଇଟି ପୋଖରୀ, ଜନ୍ମପୀଠ, ଗ୍ରାମରାସ୍ତା, ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣିଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଇତ୍ୟାଦି ରହିଛି । ଏଠାରେ ଗୋପବନ୍ଧୁଙ୍କର ୧୫ ଫୁଟ ଉଚ୍ଚର ବ୍ରୋଞ୍ଚ ନିର୍ମିତ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଥିଲେ ।

ଏହି ଅବସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ୫ଟି ସଚିବ, ପୁରୀ ସାଂସଦ, ବିଧାୟକ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ପିପିଲି ବିଧାୟକ ପ୍ରମୁଖ ଏହି ଗସ୍ତରେ ଯାଇଥିଳେ ।