ଭୁବନେଶ୍ୱର: ୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ରେଳ ଅଡିଟୋରିୟମରେ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି । ସେ ୯ଟି ବିଭାଗରେ ନବ ନିଯୁକ୍ତ ୧୩୨୬ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗର ୩୬୪ ଜଣ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ, ଶକ୍ତି ବିଭାଗରେ ୨୪୦ ଜଣ, କୃଷି ଓ କୃଷକ ସଶକ୍ତିକରଣ ୧୧୮ ଜଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୮୬ ଜଣ, କ୍ରୀଡ଼ା ଓ ଯୁବସେବା ବିଭାଗରେ ୨୬ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ଏବଂ ଅବକାରୀ ବିଭାଗରେ ୧୦ ଜଣ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ନବନିଯୁକ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଏହି ସୁଯୋଗକୁ ସଦୁପଯୋଗ କରି ନିଜ ନିଜର ଦାୟିତ୍ୱ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ତୁଲାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।