ହକି ଦଳ ପାଇଁ ଅର୍ଥ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ଅମିତଙ୍କୁ ୪ କୋଟି

ଭୁବନେଶ୍ବର: ଅଲମ୍ପିକରେ ବ୍ରୋଞ୍ଜ ବିଜେତା ଭାରତୀୟ ପୁରୁଷ ଦଳ ପାଇଁ ଆର୍ଥିକ ପୁରସ୍କାର ରାଶି ଘୋଷଣା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଆ ହକି ଖେଳାଳି ପାଇଁ ଅର୍ଥ ରାଶି ବର୍ଷା କରିଛନ୍ତି ମୋହନ ସରକାର । ଅମିତଙ୍କ ପାଇଁ ୪ କୋଟି ଟଙ୍କା ଘୋଷଣା କରିଥିବା ବେଳେ ପ୍ରତ୍ୟେକ ଖେଳାଳି ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।ଅମିତଙ୍କୁ ମିଳିବ ୪ କୋଟି ଟଙ୍କା । ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଆର୍ଥିକ ପୁରସ୍କାର । ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ଓଡିଶା ଆସିବାକୁ କଲେ ଆମନ୍ତ୍ରଣ । ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡିଶା ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ପ୍ୟାରିସ ଅଲମ୍ପିକରେ ସ୍ପେନ ବିରୋଧରେ ଚମକପ୍ରଦ ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ । ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଉଛି । ଦଳର ଅଧିନାୟକ ହରମପ୍ରୀତ ସିଂ, ପ୍ରଶିକ୍ଷଣ ଗ୍ରେଗ ଫାଲଟନ, ସମସ୍ତ ଖେଳାଳି, ସହାୟକଙ୍କୁ ମୁଁ ଅଭିନନ୍ଦନ ଜଣାଇଛି । ମୁଁ ସେମାନଙ୍କ ସହ କଥା ମଧ୍ୟ ହୋଇଛି । ଏହି ବ୍ରୋଞ୍ଜ ପଦକ ବର୍ଷ ବର୍ଷ ଧରି ଆମର ହକି ପ୍ରତି ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ । ପ୍ରତ୍ୟେକ ଓଡ଼ିଶାବାସୀ ଏହି ସଫଳତାରେ ଗର୍ବିତ ।”