କଂଗ୍ରେସ ର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ବଙ୍କ ପୁଅ କIର୍ତ୍ତି ଚିଦାମ୍ବରମ୍ଙ୍କ ବେଆଇନ ଅର୍ଥ କାରବାର ଲିଙ୍କରେ ଝାରସୁଗୁଡ଼ାରେ ରେଡ୍ କରୁଛି ସିବିଆଇ । ଏକକାଳୀନ ୬ଟି ରାଜ୍ୟର ୯ଟି ସ୍ଥାନରେ ସକାଳ ୬ରୁ ଚାଲିଛି ରେଡ୍ ।
ଖବର ଅନୁଯାୟୀ, ପି. ଚିଦାମ୍ବରମ ୨୦୧୦ରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ବେଳେ ତାଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୀନର ସେପକୋ କମ୍ପାନୀର ୨୫୦ ଅଧିକାରୀଙ୍କୁ ବେଆଇନ ଭାବେ ଭାରତୀୟ ଭିସା ଦେବା ଅଭିଯୋଗ ହୋଇଥିଲା ମଙ୍ଗଳବାର ସକାଳ ୭ଟାରେ ସିବିଆଇ ଝାରସୁଗୁଡ଼ାରେ ପହଞ୍ଚି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସଂଗ୍ରହ କରିଥିଲେ। ଏପିରିକି ବେଦାନ୍ତ କାରଖାନାର ସିପିପି ପ୍ଲାଣ୍ଟ ନିର୍ମାଣ ଓ ପରିଚାଳନାରେ ଚାଇନା କମ୍ପାନୀ ସେପକୋକୁ ଅନୁମତି ପ୍ରଦାନ ଏବଂ ୨୫୦ରୁ ଅଧିକ ଚୀନ ନାଗରିକଙ୍କ ଭିସା ପ୍ରଦାନରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା । ଏହି ସବୁ ଅଭିଯୋଗରେ ଦୀର୍ଘ ୬ ଘଣ୍ଟା ଧରି ଖୋଳତାଡ କରିଥିଲେ ସିବିଆଇର ଅଧିକାରୀ । ତେବେ ତଦନ୍ତରେ କମ୍ପାନୀ ପକ୍ଷରୁ ସଂପୂର୍ଣ୍ଣ ସହଯୋଗ କରାଯାଇଛି ବୋଲି ବେଦାନ୍ତ କହିଛି ।