ଛତିଶଗଡ଼ ବନ ବିଭାଗର ବର୍ବରତା: ଓଡ଼ିଶାର ବ୍ୟକ୍ତିଙ୍କୁ ଉଠାଇ ନେଇ ଦେଲେ ନିର୍ଯାତନା

ଭୁବନେଶ୍ୱର: ଜଣେ ନିରିହ ବ୍ୟକ୍ତିଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗତ ୧୦ ତାରିଖ ଦିନ କୁସୁମଖାଣ୍ଟା ଗାଁର ଜଳନ୍ଧର ବଗର୍ତ୍ତି ନାମକ ବ୍ୟକ୍ତିଙ୍କୁ ଗୋରୁ ଚରାଉଥିବା ବେଳେ ମେନପୁର ବନକର୍ମଚାରୀ ତାଙ୍କୁ ଉଠାଇ ନେଇଥିଲେ। ଏହାପରେ ବାଘ ଛାଲ ବ୍ୟବସାୟ ସନ୍ଦେହ କରି ଜଳନ୍ଧରଙ୍କୁ ରାତି ତମାମ ନିର୍ଯାତନା ଦିଆଯାଇଥିଲା। ଜଳନ୍ଧରଙ୍କୁ ପରିବାର ଲୋକେ ନପାଇବାରୁ ସ୍ଥାନୀୟ ସମାଜସେବୀ ଓ ପୋଲିସ ସହାୟତାରେ ଛତିଶଗଡରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଜଳନ୍ଧର ମାଡ଼ ଖାଇବାର ଚାରି ଦିନ ବିତି ଯାଇଥିଲେ ହେଁ ଆଜି ମଧ୍ୟ ପୀଡିତଙ୍କ ଶରୀରର ବିଭିନ୍ନ ଅସଂଯମତ ସ୍ଥାନ ଗୁଡିକ କଳା ପଡି ଫୁଲିଯାଇଥିବା ଦେଖିବାକୁ ମିଳିଛି l ଏବେ ପୀଡିତ ଜଳନ୍ଧର ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ବୋଡେନ ଥାନାରେ ଏତଲା ଦେଇଛନ୍ତି। ଓଡିଶା ପୋଲିସ କିମ୍ବା ବନବିଭାଗକୁ ଖବର ନଦେଇ ଉଠାଇ ନେଇଯାଇଥିଲେ । ତେବେ କାହିଁକି ଏମିତି ହେଲା ସେଥିପାଇଁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଜଣେ ନିରୀହ ନିର୍ଦ୍ଦୋଷୀଙ୍କୁ ମରଣାନ୍ତକ ଶାରୀରିକ ନିର୍ଯ୍ୟାତନା ମାନବ ଅଧିକାର ନିୟମ ଉଲଂଘନ କରିଛି l