ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଡାଇରିଆ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ସ୍ୱାସ୍ଥ୍ୟ ସଚିଵ ଓ ଅଧିକାରୀଙ୍କ ସହ ଆଲୋଚନା ସହିତ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତିର ବି କରିବେ ସମୀକ୍ଷା । ରଥଯାତ୍ରାରେ ଡାକ୍ତରୀ ଟିମ୍ ମୁତୟନ ନେଇ ହେବ ଆଲୋଚନା । ରାଜ୍ୟରେ ଡାଇରିଆ ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କେନ୍ଦ୍ର ଓ ରାଜ୍ୟ ସରକାର ଟିମ୍ ବୁଲିବା ସହ ସ୍ଥିତିର ସମୀକ୍ଷା କରୁଛନ୍ତି । ଯାଜପୁର ଜିଲ୍ଲାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର, କେନ୍ଦ୍ରୀୟ ଟିମ୍ର ଡା.ଏନ୍ ସୋମାଲକର, ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ ଡା.ଗୀତାଞ୍ଜଳି ରହିଛନ୍ତି । କଟକ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍ର ଡା. ବି. ଦ୍ୱିବେଦୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ନିର୍ଦ୍ଦେଶକ ଡା. ଏସ୍ ମହାନ୍ତି, ଭଦ୍ରକ ଜିଲ୍ଲାରେ ଡା. ପି. ଘୋଷ, ଡା. ଜି. ଚୌଧୁରୀ ଓ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା.ଶୁଭାଶିଷ ମହାନ୍ତି ଗସ୍ତ କରିଛନ୍ତି । ଏହି ଟିମ୍ଗୁଡ଼ିକ ପାନୀୟ ଜଳ ଉତ୍ସର ବିଶୋଧୀକରଣ, ଡାକ୍ତରଖାନାର ପ୍ରୋଟୋକଲ ଅନୁସାରେ ରୋଗୀଙ୍କ ଚିକିତ୍ସା, ରୋଗୀଙ୍କ ବିଷୟରେ ଠିକ୍ ତଥ୍ୟ ସଂଗ୍ରହ ସ୍ଥିତିର ଅନୁଶୀଳନ କରାଯାଉଛି। କ୍ଷେତ୍ର ପରିଦର୍ଶନ ପରେ ଏହି ମିଳିତ ବିଶେଷଜ୍ଞ ଟିମ୍ଗୁଡ଼ିକ ସଂପୃକ୍ତ ଜିଲ୍ଲାରେ ଗଠନ ହୋଇଥିବା କୋର କମିଟି ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ସହଯୋଗ କରିବେ। ରାଜ୍ୟ ସ୍ୱାସ୍ଥ୍ୟ ମୁକେଶ ମହାଲିଙ୍ଗ ଆଜି ରାଜ୍ୟର ୬ଟି ଜିଲ୍ଲାରେ ଡାଇରିଆ ମୁକାବିଲାର ସ୍ଥିତି ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଭାସୀ ଜରିଆରେ ଯାଜପୁର, କଟକ, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ । ଡାଇରିଆ ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ୱେ ସଂପୂର୍ଣ୍ଣ ସତର୍କ ରହି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।