ବଦଳିଲେ ଝାରସୁଗୁଡ଼ା ଏସ୍‌ପି

ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ପରେ ଆକ୍‌ଶନ ମୁଡ୍‌ରେ ଏବେ ରାଜ୍ୟ ପ୍ରଶାସନ। ମଙ୍ଗଳବାର ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ବଦଳି ହେବାର କିଛି ସମୟ ପରେ ରାଜ୍ୟ ସରକାର ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କୁ ମଧ୍ୟ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ବରଗଡ଼ ଏସ୍‌ପି ସ୍ମିତ୍‌ ପରମାରଙ୍କୁ ନିଯୁକ୍ତ କରାଯାଇଛି। ବୌଦ୍ଧର ଏସ୍‌ପି ପ୍ରହଲ୍ଲାଦ ସହାୟଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍‌ପି ବୌଦ୍ଧରେ ନୂଆ ନିଯୁକ୍ତି ମିଳିଛି।