୯-୧୦ ରେ ପୁଣି ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷା ହେବ ର ସମ୍ଭାବନା ରହିଛି ।ଏହା ସହିତ ଆସନ୍ତା ୩ ଦିନ ଭିତରେ ଶୀତ କମିବ ଓ ରାତିର ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ I ପାଣିପାଗ ବଦଳିବା ସହିତ ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ଏହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୮ ତାରିଖ ରାତିରୁ ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ଉପକୂଳବର୍ତୀ ଅଞ୍ଚଳରେ ବର୍ଷା, ଝଡ଼, ବଜ୍ରପାତ ଓ କୁଆପଥର ବୃଷ୍ଟି ହୋଇପାରେ । ଆସନ୍ତା ୧୦ ଓ ୧୧ତାରିଖରେ ଉପକୂଳବର୍ତୀ ଅଞ୍ଚଳରେ ଝଡ଼ ସହ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବI ର ସମ୍ଭାବନା ରହିଥିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀକୁ କମିଛି । ସୋନପୁରରେ ରାତି ତାପମାତ୍ରା ୯ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୯.୫, କେନ୍ଦୁଝରରେ ରାତି ତାପମାତ୍ରା ୯.୮ ଡିଗ୍ରୀ ରହିଛି । କିଛି ସ୍ଥାନରେ ଦିନ ତାପମାତ୍ରା ବି ବଢ଼ିଛି । ଟିଟିଲାଗଡ଼ରେ ସର୍ବାଧିକ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବଲାଙ୍ଗୀରରେ ୩୧, ସୋନପୁର ଓ ବୌଦ୍ଧରେ ୩୦.୫, ଯାଜପୁର, କଟକ ଓ ଭବାନୀପାଟଣାରେ ୩୦.୨ ଓ ନୟାଗଡ଼ରେ ୩୦ ଡିଗ୍ରୀ ତାପମାତ୍ରା ରହିଥିଲା ।

Comments (0)
Add Comment