କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ନିୟମାବଳୀରେ ବଡ଼ ପରିବର୍ତ୍ତନ Iସିଧାସଳଖ ଆଡମିଶନ ପାଇବେ କେନ୍ଦ୍ର ସରକାର କେନ୍ଦ୍ର ବିଦ୍ୟାରେ ଆଡମିଶନ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ସାଂସଦଙ୍କ ସୁପାରିଶ କ୍ରମେ ଏହି ବିଦ୍ୟାଳୟରେ ଆଡମିଶନ ଦିଆଯିବ ନାହିଁ। ଏହି ବିଦ୍ୟାଳୟରେ ସାଂସଦ କୋଟା ସମ୍ପୂର୍ଣ୍ଣ ରୂପେ ରଦ୍ଦ ହୋଇଯାଇଛି । ଏହା ସହିତ କୋଭିଡ-୧୯ ମହାମାରୀ ଦୁଇ ବର୍ଷରୁ ଅଧିକ ସମୟ ଧରି ସମଗ୍ର ବିଶ୍ୱକୁ କବଜା କରି ରଖିଥିଲା । ତେବେ କୋଭିଡରେ ପିତାମାତାଙ୍କୁ ହରାଇଥିବା ଅନାଥ ପିଲାଙ୍କ ପାଇଁ ଏକ ଭଲ ଖବର ଆସିଛି । ଏଣିକି କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପାଠ ପଢ଼ିବାର ସୁଯୋଗ ମିଳିବ ।
ନୂଆ ବ୍ୟବସ୍ଥା ଅନୁଯାୟୀ, ଏଣିକି ବାର୍ଷିକ ୧୦ ଜଣ କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖାଇବା ପାଇଁ ସୁଯୋଗ ଦିଆଯିବ । ଗୋଟିଏ କେଭିରେ ବର୍ଷକୁ ଗୋଟିଏ ଶ୍ରେଣୀରେ ୨ ଜଣ ଆଡମିଶନ କରିପାରିବେ । କୋଭିଡ୍ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ ଫିସ୍ ସବୁକିଛି ଛାଡ଼ କରାଯିବାକୁ ନିଷ୍ପତ୍ତି କରାଯାଇଛି ।
ସେହିପରି ଭାରତୀୟ ସମସ୍ତ ସେନା ବାହିନୀର ପ୍ରତ୍ୟେକ ବିଭାଗ ରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ପ୍ରତିବର୍ଷ ୬ -୬ ଜଣ ପିଲାଙ୍କ ଆଡ଼ମିସନ ପାଇଁ ନାମ ସୁପାରିଶ କରାଯିବ I
ଏହାସହିତ କେନ୍ଦ୍ରୀୟ ବିଦ୍ୟାଳୟ ର କର୍ମଚାରୀ ମାନଙ୍କର ପିଲାମାନେ ବିନା ଏଣ୍ଟ୍ରାନ୍ସ ରେ ଆଡ଼ମିସନ ନେଇ ପାରିବେ I ଯଦି ପିଲା ମାନେ ୯ ମ ଶ୍ରେଣୀ ପାଇଁ ଆଡ଼ମିସନ ନେବାକୁ ଥିବେ, ତେବେ ସେମାନେ ଏଣ୍ଟ୍ରାନ୍ସ ମାଧ୍ୟମରେ ଆଡ଼ମିସନ ପାଇପାରିବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅନୁଯାୟୀ, ସେବାରେ ଥାଇ ମୃତ୍ୟୁବରଣ କରିଥିବା କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପିଲାମାନେ ମଧ୍ୟ ସିଧା ସଳଖ ଆଡମିଶନ ପାଇପାରିବେ I
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍କାଉଟ୍ସ ଏବଂ ଗାଇଡ୍ , ରାଷ୍ଟ୍ରପତି ଙ୍କ ଦ୍ୱାରା ‘ବାଲ ଶ୍ରୀ’ ପୁରସ୍କାର ପ୍ରାପ୍ତ ,କିମ୍ବା କଳାକ୍ଷେତ୍ରରେ ଉତ୍କୃଷ୍ଟତା ପ୍ରତିପାଦନ କରିଥିବା ପିଲା ମାନଙ୍କୁ ସିଧା ସଳଖ ଆଡ଼ମିସନ ମିଳି ପାରିବ I ଏହା ସହିତ ରାବ (ର) କର୍ମଚାରୀ ମାନଙ୍କର ୧୫ ଜଣ ପିଲାଙ୍କୁ ଆଡ଼ମିସନ କରାଇବା ସହିତ କାଶ୍ମିରୀ ପଣ୍ଡିତ ଙ୍କ ର ପିଲାମାନ ଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ ମାଧ୍ୟମରେ ଆଡ଼ମିସନ କରାଯାଇ ପାରିବ I
ଏଥି ସହିତ, କେନ୍ଦ୍ରୀୟ ପୋଲିସ୍ ଫୋର୍ସ ଯଥା CRPF, BSF, ITBP, SSB, CISF, NDRF ଏବଂ ଆସାମ ରାଇଫଲ୍ସରେ ବି କିମ୍ବା ସି ଗ୍ରୁପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ବାର୍ଷିକ କୋଟା ୫୦ ରଖାଯାଇଛି I