ସିଡିଏସ ପଦବୀ ପାଇଁ କେନ୍ଦ୍ର ସରକାର ଙ୍କ ନୂଆ ଗାଇଡଲାଇନ ,୨୦୨୧ ଡିସେମ୍ବର ରୁ ଖାଲି ଅଛି ପଦବୀ

ଦେଶର ସର୍ବୋଚ୍ଚ ସୁରକ୍ଷା ପଦବି ସିଡିଏସ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ନିୟମରେ ସଂଶୋଧନ କରିଛନ୍ତି I ଏହି ପଦରେ ନିଯୁକ୍ତି ପାଇବାକୁ ଯୋଗ୍ୟ କେଉଁମାନେ ହେବେ ସେ ନେଇ ବିଜ୍ଞପ୍ତି ଜାରି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ କୌଣସି ସେବା କିମ୍ବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍, ଏୟାର ମାର୍ଶଲ ଏବଂ ଭାଇସ ଆଡମିରାଲ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ପଦ ପାଇଁ ଯୋଗ୍ୟ ହେବେ। ସଂଶୋଧିତ ନିୟମ ଅନୁଯାୟୀ, ଏହି ସର୍ବୋଚ୍ଚ ପଦବୀ ପାଇଁ ସେନା, ନୌ ସେନା ଏବଂ ଭାରତୀୟ ବାୟୁସେନା ମୁଖ୍ୟଙ୍କୁ ଅନ୍ୟ ଅଧିକାରୀମାନେ ବିବେଚନା କରିପାରିବେ। କୌଣସି ସେବା କିମ୍ବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ, ଏୟାର ମାର୍ଶଲ କିମ୍ବା ଭାଇସ ଆଡମିରାଲଙ୍କୁ ସିଡିଏସ ଭାବେ ନିଯୁକ୍ତି ଦେବା ପାଇଁ ସରକାର ବାୟୁସେନା ଅଧିନିୟମ, ଆର୍ମି ଆକ୍ଟ ପାସ କରିଛନ୍ତି। ତେବେ ତାଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଜରୁରୀ । ତିନି ସେନାର ମୁଖ୍ୟ ଭାବେ ସିଡିଏସ କାର୍ଯ୍ୟ କରିବେ। ପୂର୍ବରୁ ଏହି ପଦ ପାଇଁ ଗୋଟିଏ ଗାଇଡଲାଇନ ରହିଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ଏହି ୩ ସେନା ବାହିନୀର ମୁଖ୍ୟ ମାନେ ମଧ୍ୟ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।

ସେହିପରି ନୂଆ ଗାଇଡଲାଇନ ଅନୁଯାୟୀ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଆବଶ୍ୟକ। ଆର୍ମି, ନାଭି ଓ ଏୟାରଫୋର୍ସରେ କାର୍ଯ୍ୟରତ ୩ ଷ୍ଟାର ଅଫିସର କିମ୍ବା ଅବସର ପ୍ରାପ୍ତ ୩ ଷ୍ଟାର ଓ ୪ ଷ୍ଟାର ଅଫିସର ସିଡିଏସ୍ ଭାବେ ନିଯୁକ୍ତି ପାଇପାରିବେ।

ଏହି ସମାନ ଅଧିସୂଚନା ସେନା ଅଧିନିୟମ ୧୯୫୦ ଓ ନୌସେନା ଅଧିନିୟମ ୧୯୫୭ ଅନୁସାରେ ଜାରି ହୋଇଛି। ଦେଶର ୩ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ୩ ବର୍ଷର ସର୍ଭିସ୍ ବା ସେ ଯେବେ ୬୨ ବର୍ଷ ବୟସରେ ପଦାର୍ପଣ କରନ୍ତି ଯାହା ପ୍ରଥମେ ହେବ ସେହି ଅନୁସାରେ ସିଡିଏସ୍ ପଦବୀ ନିମନ୍ତେ ଚୟନ କରାଯିବ।
ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଗତବର୍ଷ ଡିସେମ୍ବର ୨୦୨୧ ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏହି ପଦ ଖାଲି ପଡ଼ିଛି। ତାଙ୍କ ପରଲୋକ ପରେ ଏହି ପଦବୀରେ ନା କାହାରିକୁ ଏପର୍ଯ୍ୟନ୍ତ ନିଯୁକ୍ତ କରାଯାଇନି କି କାହାରିକୁ କାର୍ଯ୍ୟକାରୀ ସିଡିଏସ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇନାହିଁ। ସିଡିଏସ୍ ଭାବେ ଜଣେ ଅଧିକାରୀ ସର୍ବାଧିକ ୩ ବର୍ଷ କାମ କରିବାର ପ୍ରାବଧାନ ରହିଛି। ସରକାର ସିଡିଏସଙ୍କ କାର୍ଯ୍ୟକାଳ ସର୍ବାଧିକ ତାଙ୍କୁ ୬୫ ବର୍ଷ ହେବା ଯାଏ ବୃଦ୍ଧି କରିପାରିବେ।